ନିର୍ବାଚନ ହେଲେ ମୋଦି ସରକାର ମାରିପାରନ୍ତି ହ୍ୟାଟ୍ରିକ । ଜାତୀୟ ଗଣମାଧ୍ୟମ ଇଣ୍ଡିଆ-ଟୁଡେ ସି ଭୋଟର ସର୍ଭେ ।

120

କନକ ବ୍ୟୁରୋ: ସାଧାରଣ ନିର୍ବାଚନକୁ ଆଉ ଅଳ୍ପଦିନ ବାକି ଅଛି । ଏଥିପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ । ଟାଇମ୍ସ ନାଓ ପରେ ଇଣ୍ଡିଆ-ଟୁଡେ ସି ଭୋଟରର ସର୍ଭେ ଆସିଛି । ଏଥିରେ ମୋଦି ହ୍ୟାଟ୍ରିକ କରିବେ ବୋଲି ଆକଳନ କରାଯାଇଛି ।

ଏନଡିଏ ମେଣ୍ଟ ତୃତୀୟ ଥର ଲାଗି ସରକାର ଗଢିବ ବୋଲି ଅନୁମାନ କରିଛି ସର୍ଭେ । ସର୍ଭେ ଅନୁସାରେ, ଏନଡିଏକୁ ୩୩୫ ଓ ଇଣ୍ଡିଆ ମେଣ୍ଟକୁ ୧୬୬ ଆସନ ମିଳିବ ବୋଲି କୁହାଯାଇଛି । ଅନ୍ୟ ଦଳ ୪୨ ଆସନ ଜିତିବେ ବୋଲି କହିଛି ସର୍ଭେ । ସର୍ଭେ ଅନୁସାରେ, ଉତ୍ତର ଭାରତରେ ଏନଡିଏ ଭଲ ପ୍ରଦର୍ଶନ କରୁଥିବାବେଳେ ଦକ୍ଷିଣ ଭାରତରେ ଇଣ୍ଡିଆ ମେଣ୍ଟର ପ୍ରଦର୍ଶନ ଭଲ ରହୁଥିବା ଅନୁମାନ କରିଛି ଇଣ୍ଡିଆ ଟୁଡେ-ସି ଭୋଟର ସର୍ଭେ । ୟୁପି, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତରାଖଣ୍ଡ, ବିହାର, ଗୁଜରାଟ ଓ ଛତିଶଗଡରେ ବିଜେପି ଓ ଏହାର ସହଯୋଗୀ ଦଳ ଇଣ୍ଡିଆ ମେଂଟକୁ ବହୁ ପଛରେ ପକାଉଥିବାବେଳେ ମହାରଷ୍ଟ୍ରରେ କଡା ଟକ୍କର ହେଉଛି । କେରଳ, ତେଲେଙ୍ଗାନା, ତାମିଲନାଡୁ, ପଞ୍ଜାବ, ଜାମ୍ମୁ-କାଶ୍ମୀରରେ ଇଣ୍ଡିଆ ମେଣ୍ଟର ପ୍ରଦର୍ଶନ ଭଲ ରହିଛି । କେବଳ ୟୁପି ଓ ବିହାରରେ ଶହେ ଆସନ ଅତିକ୍ରମ କରୁଛି ବିଜେପି । ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ, ଆନ୍ଧ୍ରପ୍ରଦେଶରେ ଟିଡିପି ଭଲ କରୁଛନ୍ତି ବୋଲି ସର୍ଭେ କହିଛି ।