ଆଜି ଓଡିଶାର ୫ ସଂସଦୀୟ କ୍ଷେତ୍ରରେ ପଡୁଛି ଭୋଟ୍ । ସକାଳ ୯ଟା ସୁଦ୍ଧା ୬.୯୯% ମତଦାନ । ବରଗଡ ସଂସଦୀୟ କ୍ଷେତ୍ରରେ ସର୍ବାଧିକ ।

116

କନକ ବ୍ୟୁରୋ: ଆଜି ଭୋଟ୍ ଦେଉଛି ଓଡିଶା । ଓଡିଶାର ୫ ସଂସଦୀୟ କ୍ଷେତ୍ର ସହ ଆଜି ୩୫ ବିଧାନସଭା ଆସନ ପାଇଁ ପଡୁଛି ଭୋଟ୍ । ମିଳିଥିବା ସୂଚନା ମୁତାବକ, ସକାଳ ୯ଟା ସୁଦ୍ଧା ମୋଟ ୬.୯୯ ପ୍ରତିଶତ ଭୋଟ୍ ପଡିଛି । ବରଗଡ ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୯.୩୨% ଭୋଟ୍ ପଡିଛି । ଏହାସହ ଆସ୍କା ସଂସଦୀୟ କ୍ଷେତ୍ରରେ ୭.୬୨%, ବଲାଙ୍ଗୀରରେ ୫.୭୬% ଏବଂ କନ୍ଧମାଳରେ ୬.୭୯ % ମତଦାନ ହେଇଛି । ଏହାସହ ସୁନ୍ଦରଗଡ ସଂସଦୀୟ କ୍ଷେତ୍ରରେ ସକାଳ ୯ଟା ସୁଦ୍ଧା ୪.୮୯ ପ୍ରତିଶତ ମତଦାନ ହେଇଥିବା ନେଇ ସୂଚନା ମିଳିଛି ।