ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲେ ଜୀବନ ହରାଇବେ ୧୨କୋଟିରୁ ଅଧିକ ଲୋକ । ଏଭଳି ଆଶଙ୍କା ପ୍ରକାଶ କଲା ଆମେରିକାର ରଟଗର୍ସ ବିଶ୍ୱବିଦ୍ୟାଳୟ

2,628

କନକ ବ୍ୟୁରୋ : ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହେଲେ ୧୨ କୋଟିରୁ ଅଧିକ ଲୋକଙ୍କ ଜୀବନ ଯିବ । ରିପୋର୍ଟ ଅନୁସାରେ ଜାମ୍ମୁାକଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନରେ ବସିଥିବା ଆତଙ୍କବାଦୀ ଭାରତ ଉପରେ ଜୋରଦାର ଆକ୍ରମଣ କରିପାରନ୍ତି । ଏପରି ଭାରତୀୟ ସଂସଦ ପର୍ଯ୍ୟନ୍ତ ଏହି ଆକ୍ରମଣ ପହଁଚି ପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି । ୨୦୨୫ ବେଳକୁ ଏହି ଉତେଜନା ଚରମ ସୀମାରେ ପହଁଚିିବ । ଯେଉଁ କାରଣରୁ ଭାରତ-ପାକିସ୍ତାନ ଉପରେ ପ୍ରତିଆକ୍ରମଣ କରିବ । ଏହା ଦୁଇ ଦେଶ ମଧ୍ୟରେ ସବୁଠାରୁ ବଡ ଯୁଦ୍ଧର କାରଣ ହେବ । ଆଉ ଯଦି ଦୁଇ ଦେଶ ଯୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାର କରନ୍ତି ତେବେ ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନର ହିରୋସୀମା, ନାଗାସାକି ଉପରେ ହୋଇଥିବା ଆକ୍ରମଣଠାରୁ ବହୁ ଗୁଣରେ ଅଧିକ ଭୟାବହ ହେବ ।

Global Village Space

ଏହା ସହିତ ରିପୋର୍ଟରେ କୁହାଯାଇଛି ଭାରତ ଓ ପାକିସ୍ତାନ ପାଖରେ ଏବେ ପ୍ରାୟ ୧୫୦ଟି ଲେଖାଏଁ ପରମାଣୁ ଅସ୍ତ୍ର ରହିଛି । କିନ୍ତୁ ୨୦୨୫ବେଳକୁ ଏହି ସଂଖ୍ୟା ୨୦୦ ଟପିଯିବାର ସମ୍ଭାବନା ରହିଛି । ଅର୍ଥାତ ଦୁଇ ଦେଶ ନିକଟରେ ସେତବେଳକୁ ୪୦୦ରୁ ୫୦୦ ପରମାଣୁ ଅସ୍ତ୍ର ରହିଥିବ । ଏବଂ ଏହାକୁ ଯୁଦ୍ଧରେ ବ୍ୟବହାର କଲେ ପାଖାପାଖି ୧୦ କୋଟି ଲୋକଙ୍କର ଜୀବନ ଯିବ । ଏହି ରିପୋର୍ଟରେ ଆହୁରି କୁହାଯାଇଛି ପରମାଣୁ ଯୁଦ୍ଧ ପରେ ଯେଉଁ ରେଡିଏସନ ନିର୍ଗତ ହେବ ଏହା ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ । ତେଣୁ ଦୁଇ ଦେଶ ମଧ୍ୟରେ ଯଦି ବୁଝାମଣା ନହୁଏ ତେବେ ଦକ୍ଷିଣ ଏସିଆର ଧ୍ୱଂସର ସବୁଠାରୁ ବଡ ଇତିହାସ ଲେଖାଯିବ । ଆମେରିକାର ରଟଗର୍ସ ବିଶ୍ୱବିଦ୍ୟାଳୟର ଏକ ରିପୋର୍ଟରେ ଏଭଳି ଦାବି କରାଯାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମିଳିତ ଜାତିସଂଘରେ ପରମାଣୁ ଯୁଦ୍ଧର ଧମକ ଦେବା ପରେ ଭାରତ-ପାକିସ୍ତାନ ଉପରେ ପୁଣି ଥରେ ବିଶ୍ୱ ସମୁଦାୟର ନଜର କେନ୍ଦ୍ରିଭୂତ ହୋଇଛି । ଏହା ପରେ ବାରମ୍ବାର ଏଭଳି ରିସର୍ଚ୍ଚ ରିପୋର୍ଟ ସାମନାକୁ ଆସୁଛି ।