‘ଏବେ ଭାରତ ବିଶ୍ୱର ୫ମ ଅର୍ଥଶକ୍ତି ହୋଇଛି’: ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

94

କନକ ବ୍ୟୁରୋ: ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରିବା କ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଏବେ ଭାରତ ବିଶ୍ୱର ୫ମ ଅର୍ଥଶକ୍ତି ହୋଇଛି । ଆଗାମୀ ୫ ବର୍ଷରେ ୩ୟ ଆର୍ଥିକ ମହାଶକ୍ତିରେ ପରିଣତ ହେବ । ଗତ ୫ ବର୍ଷରେ ୧୩ କୋଟି ଲୋକ ଦାରିଦ୍ର୍ୟରୁ ମୁକୁଳିଛନ୍ତି ।

ଏହାସହ ଗ୍ରାମୀଣ ମହିଳାଙ୍କୁ ସଶକ୍ତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ମୋଦୀ । କହିଛନ୍ତି ‘ଗାଁରେ ୨ କୋଟି ଲକ୍ଷପତି ଦିଦି ବନାଇବା ମୋର ଲକ୍ଷ୍ୟ । ଗାମ୍ରୀଣ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସରକାର ପ୍ରଶିକ୍ଷଣ ଦେବେ । ସେମାନଙ୍କୁ ମଧ୍ୟ କୃଷି କ୍ଷେତ୍ରରେ ଅଗ୍ରଣୀ କରିବାକୁ ଚେଷ୍ଟା ହେବ ଏବଂ ସେମାନଙ୍କୁ ଡ୍ରୋନ୍ ଦିଆଯିବ ଯାହାକୁ ସେମାନେ କୃଷି କ୍ଷେତ୍ରରେ ଲଗାଇବେ’ ।