ବର୍ଷାରେ ବେହାଲ ସିଲିକନ୍ ସିଟି ବେଙ୍ଗାଲୁରୁ : ଟ୍ରାକ୍ଟର ସାହାଯ୍ୟରେ ଅଫିସ ଯାଉଛନ୍ତି କର୍ମଚାରୀ

76

କନକ ବ୍ୟୁରୋ : ଭାରତର ସିଲକନ୍ ଭ୍ୟାଲି କୁହାଯାଉଥିବା ବେଙ୍ଗାଲୁରୁରେ ଲଗାଣ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି । ସମଗ୍ର ସହର ଏକପ୍ରକାର ଜଳମଗ୍ନ ହୋଇଯାଇଛି । ପ୍ରାୟ ୨ହଜାର ଘର ପାଣି ଘେରରେ । ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବିଜୁଳି ମଧ୍ୟ ବନ୍ଦ ରହିଛି । ୨ଦିନ ଲଗାଣ ବର୍ଷାରେ ରାସ୍ତାଘାଟ ପାଣିରେ ବୁଡି ରହିଥିବା ଜନସାଧାରଣ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

୨ଦିନ ଧରି ବେଙ୍ଗାଲୁରୁରେ ସ୍କୁଲ ବନ୍ଦ ରହିଛି । ଅଫିସ ପହଞ୍ଚିବା ପାଇଁ ଲୋକଙ୍କୁ ସଂଘର୍ଷ କରିବା ପାଇଁ ପଡୁଛି । ଲୋକଙ୍କୁ ଉଦ୍ଧାର କରିବା ପାଇଁ କର୍ତ୍ତୃପକ୍ଷ ଟ୍ରାକ୍ଟର ସାହାଯ୍ୟ ନେଉଛନ୍ତି । ହେଲେ ବାଙ୍ଗାଲୋର ଭଳି ହାଇପ୍ରୋଫାଇଲ ସିଟିରେ ଏଭଳି ଅବସ୍ଥା କାହିଁକି ? କ’ଣ ଅବ୍ୟବସ୍ଥା ରହିଲା ଯେ, ପାଣି ନିସ୍କାଷନ ହୋଇପାରୁ ନାହିଁ ?