୧୮ରେ ଘୂର୍ଣ୍ଣିବଳୟ ହେବା ନେଇ ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା । ଆଇଏମଡି କହିଲା ଆଗାମୀ ୫ ଦିନ ଯାଏଁ ନାହିଁ ବାତ୍ୟାର ସୂଚନା, ଆମେରିକା ଓ ୟୁରୋପର ମଡେଲ ବାତ୍ୟା ଆଶଙ୍କା ନେଇ କରୁଛନ୍ତି ପୂର୍ବାନୁମାନ ।

183

କନକ ବ୍ୟୁରୋ :  ଘୂର୍ଣ୍ଣିବଳୟ ନେଇ ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୧୮ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଏବଂ ତାର ପାଶ୍ୱର୍ବର୍ତୀ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ହେଲେ ଆସନ୍ତା ୫ ଦିନ ଭିତରେ ବାତ୍ୟା ସମ୍ପର୍କରେ କୌଣସି ସୂଚନା ନାହିଁ । ପୂର୍ବରୁ ୟୁରୋପ ଓ ଆମେରିକାର ପାଣିପାଗ ମଡେଲ ବାତ୍ୟା ଆସୁଥିବା ନେଇ ଆକଳନ କରି ସାରିଛନ୍ତି । ହେଲେ ବାତ୍ୟାକୁ ଗୁଜବ କହି ସାରିଛି ଆଇଏମଡି ।

ବିଦେଶୀ ପାଣିପାଗ ମଡେଲ ବାତ୍ୟା ଆସୁଥିବା ନେଇ ଆକଳନ କରୁଥିବା ବେଳେ ଘୂର୍ଣ୍ଣିବଳୟ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

୧୮ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଏବଂ ତା’ର ପାଶ୍ୱର୍ବର୍ତ୍ତୀ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା

ଆସନ୍ତା ୫ ଦିନ ମଧ୍ୟରେ ସାମୁଦ୍ରିକ ଝଡ଼ର ସୂଚନା ନାହିଁ

ଘୂର୍ଣ୍ଣିବଳୟ ନେଇ ପୂର୍ବାନୁମାନ କରିଥିବା ବେଳେ ୧୨୦ ଘଣ୍ଟା ମଧ୍ୟରେ ବାତ୍ୟା ସଂପର୍କରେ କିଛି  ସୂଚନା ନାହିଁ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ଏପଟେ ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ୧୬ ଓ ୧୭ ତାରିଖରେ ବର୍ଷାର ପରିମାଣ କମିବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ।

ୟୁରୋପୀୟ ପାଣିପାଗ ମଡେଲ ଇସିଏମଡବ୍ଲୁଏଫର ଆକଳନ ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଅବପାତରେ ପରିଣତ ହେବ । ଏହା ଭୀଷଣ ସାମୁଦ୍ରିକ ଝଡର ରୂପ ନେଇପାରେ । ବାତ୍ୟାକୁ ନେଇ ଆମେରିକାର ପାଣିପାଗ ମଡେଲ ‘ଜିଏଫଏସ୍’ ପୂର୍ବରୁ ସମାନ ଆଶଙ୍କା କରିଥିଲା । ୱିଣ୍ଡି ଯେଉଁ ଚିତ୍ର ଦର୍ଶାଉଛି, ତାହା ମଧ୍ୟ ବାତ୍ୟା ଆଡକୁ ଇଙ୍ଗିତ କରୁଛି । ତେବେ ବାତ୍ୟା ନେଇ  କୌଣସି ପୂର୍ବାନୁମାନ କରିନାହିଁ ଆଇଏମଡି ।