ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ବଢିଲା ଚିନ୍ତା, ପୁଣି ଥରେ ପରମାଣୁ ଆକ୍ରମଣ ଧମକ ଦେଲେ ପୁଟିନ

136

କନକ ବ୍ୟୁରୋ : ୟୁକ୍ରେନ ଯୁଦ୍ଧ ଭିତରେ ପୂର୍ବରୁ ରୁଷ-ଆମେରିକାର ସର୍ମ୍ପକରେ ଫାଟ ଆସିଛି । ତେବେ ଗତ ସୋମବାର କ୍ରିମିୟା ବ୍ରିଜ ଧ୍ୱଂସ ପରେ ଯେଉଁ ପରେ ରୁଷ ଯେଉଁଭଳି ଭାବେ ୟୁକ୍ରେନର ରକ୍ତର ତାଣ୍ଡବ ରଚିଥିଲା ତାକୁ ନେଇ ତେଜିଛି ଆକ୍ରୋଶ । ଅର୍ନ୍ତଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଖୁବ ଶିଘ୍ର ରୁଷ-ନାଟୋ ପରମାଣୁ ଯୁଦ୍ଧାଭ୍ୟାସ କରିବାକୁ ଯାଉଛନ୍ତି । ରୁଷର ଯୁଦ୍ଧାଭ୍ୟାସ ଉପରେ ଆମେରିକା ଓ ନାଟୋ ନଜର ରଖିବା ସହ ଆଲର୍ଟ ଜାରି କରିଛନ୍ତି । ସେପଟେ ରୁଷ ମଧ୍ୟ ପରମାଣୁ ଯୁଦ୍ଧ କରିବାକୁ ସଜବାଜ ହେଉଛି । ପରମାଣୁ ଯୁଦ୍ଧାସ୍ତ୍ରକୁ ନେଇ ମସ୍କୋର ବଡଧରଣର ଡ୍ରିଲ ଆରମ୍ଭ କରିବାକୁ ଯାଉଛି ।

ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ବିଗୁଡୁଛି ନାଟୋ ଓ ରୁଷର ସର୍ମ୍ପକ । ଅଧିକ ତିକ୍ତ ହେଉଛି ଉଭୟଙ୍କ ମଧ୍ୟରେ ସର୍ମ୍ପକ । ଗୋଟେ ପରେ ବାରମ୍ବାର ପରମାଣୁ ଆକ୍ରମଣ ଧମକ ଦେଉଛି ରୁଷ, ଅନ୍ୟପଟେ ଆମେରିକା ମଧ୍ୟ ଚେତାବନୀ ଦେଇ ଆସୁଛି । ଏହା ଭିତରେ ଚିନ୍ତା ବଢାଇଛି ନାଟୋର ନୂଆ ନିଷ୍ପତି । ସୂଚନା ଅନୁସାରେ ନାଟୋ ଖୁବ ଶିଘ୍ର ପରମାଣୁ ଯୁଦ୍ଧର ଅଭ୍ୟାସ କରିବାକୁ ଯାଉଛି ।

ବି-୫୨ ନ୍ୟୁକ୍ଲିୟର ବୋମା ସହ ଲଢୁଆ ବିମାନ ଅନ୍ୟାନ୍ୟ ପ୍ରତିରକ୍ଷା ଉପକରଣ ବ୍ୟବହାର କରାଯିବ । ହ୍ୱାଇଟ ହାଉସର ମୁଖପାତ୍ର ଜନ କିର୍ବି ଏହି ସୂଚନା ଦେଇଥିବା ଅର୍ନ୍ତଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ନାଟୋର ମହାସଚିବ ଜନ୍ ଷ୍ଟୋଲେନବର୍ଗ କହିଛନ୍ତି କି ଏହି ଯୁଦ୍ଧାଭ୍ୟାସର ଯୋଜନା ପୂର୍ବରୁ କରାଯାଇଛି । ଯଦି ଏହାକୁ କାର୍ଯ୍ୟକାରୀ କରାନଯାଏ ତେବେ ଏହା ରୁଷ ବିରୋଧରେ ନାଟୋ କରିଥିବା ପଦକ୍ଷେପକୁ ନେଇ ଭୁଲ ବାର୍ତା ବିଶ୍ୱ ଯିବ । ସେପଟେ ଆମେରିକା ଏକଥା ମଧ୍ୟ ଆଶଙ୍କା ପ୍ରକାଶ କରିଛି କି ନାଟୋର ପଦକ୍ଷେପକୁ ଆଖିରେ ରଖି ରୁଷ ମଧ୍ୟ ନିଜର ପରମାଣୁ ଯୁଦ୍ଧଭ୍ୟାସ ତ୍ୱରାନିତ୍ୱ କରିପାରେ ।

ଯୁଦ୍ଧ ଓ ତିକ୍ତତାପୂର୍ଣ୍ଣ ସମୟ ଭିତରେ ସେପଟେ ରୁଷକୁ ସହଯୋଗର ହାତ ବଢାଇଛି ବେଲାରୁଷ । ବେଲାରୁଷ ବୈଦେଶିକମନ୍ତ୍ରୀ ଭ୍ଲାଦିମିର ମାକେଇ କହିଛନ୍ତି କି ବେଲାରୁଷ ସରକାର ଓ ସେନା ପଡୋଶୀ ଦେଶକୁ ସବୁପ୍ରକାର ଜବାବ ଦେବାକୁ ପ୍ରସ୍ତୁତ ଅଛନ୍ତି । ଏହା ପୂର୍ବରୁ ବେଲାରୁଷ ଯୁଦ୍ଧାଭ୍ୟାସ କରିବା ସହ ରୁଷର ଆର୍ମି ବେସ ନିର୍ମାଣ ପାଇଁ ଗ୍ରୀନସିଗନାଲ ଦେଇସାରିଛି । ସୋମବାର ୟୁକ୍ରେନ ଉପରେ ରୁଷ ଘମାଘୋଟ ଆକ୍ରମଣ କରିଥିଲା । କ୍ରିମିୟା ବ୍ରିଜ ଧ୍ୱଂସ ପାଇବା ପରେ ରକ୍ତମୁଖା ରୁଷ ୟୁକ୍ରେନରେ ରକ୍ତର ତାଣ୍ଡବ ରଚିଥିଲା । ଯାହା ପରେ ପୁଣି ଥରେ ପରମାଣୁ ଯୁଦ୍ଧ ଆଶଙ୍କା ବୃୃଦ୍ଧି ପାଇବା ସହ ବିଶ୍ୱ ପ୍ରତି ବଡ ବିପତି ଘନେଇଛି ।