ପାକିସ୍ତାନ ପୂର୍ବତନ ରାଷ୍ଟ୍ରଦୂତଙ୍କ ଅଜିତ ଅହମ୍ମଦ ଖାନଙ୍କ ବଡ ଦାବି । ପାକିସ୍ତାନକୁ ଗୁପ୍ତଯାତ୍ରା କରିଥିଲେ ଭାରତର ବିଶିଷ୍ଠ ଶିଳ୍ପପତି ରତନ ଟାଟା

1,780

କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ଅଜିଜ ଅହମ୍ମଦ ଖାନଙ୍କ ଦାବିକୁ ନେଇ ଚର୍ଚ୍ଚା ଜୋର ଧରିଛି । ୨୦୦୩ରୁ ୨୦୦୬ ମସିହାର ପର୍ଯ୍ୟନ୍ତ ଦିଲ୍ଲୀରେ ପାକିସ୍ତାନ ରାଷ୍ଟ୍ରଦୂତଭାବେ ଅଜିଜ ଅହମଦ କାର୍ଯ୍ୟରତ ଥିଲେ । ସେ ଦାବି କରିଛନ୍ତି ଭାରତର ବିଶିଷ୍ଠ ଶିଳ୍ପପତି ରତନ ଟାଟା ପାକିସ୍ତାନକୁ ଗୁପ୍ତଯାତ୍ରା କରିଥିଲେ । ପାକିସ୍ତାନରେ ବଡ ନିବେଶ କରିବାକୁ ଚାହୁଁଥିଲେ । ସେଥିପାଇଁ ୫ଜଣ ଅଧିକାରୀଙ୍କ ସହ ପାକିସ୍ତାନ ଯାତ୍ରା କରିଥିବା ଅଜିଜ ଅହମ୍ମଦ ଦାବି କରିଛନ୍ତି । ଫିନଲ୍ୟାଣ୍ଡ ଓ ସ୍ୱିଡେନରେ ଥିବା ପାକିସ୍ତାନ ରାଷ୍ଟ୍ରଦୁତ ତାରିକ ଜମୀରଙ୍କ ସହ ଏକ ସାକ୍ଷାତରେ ଅଜିଜ ଅହମ୍ମଦନ ଭାରତର ବିଶିଷ୍ଠ ଶିଳ୍ପତିଙ୍କୁ ନେଇ ଏହି ଟିପ୍ପଣୀ ଦେଇଛନ୍ତି । ଟାଟାଙ୍କ ଗସ୍ତ ସମ୍ବନ୍ଧରେ ଉଭୟ ପାକିସ୍ତାନ ଓ ଭାରତର ମିଡିଆରେ କୌଣସି ଖବର ପ୍ରସାରଣ କରାଯାଇନଥିଲା । ତେବେ ଟାଟା ନିବେଶ ନକରିବା ପଛରେ ପାକିସ୍ତାନକୁ ଦାୟୀ କରିଛନ୍ତି ଅଜିଜ । ଆଲୋଚନା ସମୟରେ ପାକିସ୍ତାନଠୁ ସନ୍ତୋଷଜନକ ଉତର ନମିଳିବା କାରଣରୁ ରତନ ଟାଟା ନିବେଶ ନକରିବାକୁ ନିଷ୍ପତି ନେଇଥିବା ଅଜିଜ ଦାବି କରିଛି   ।