ଛତିଶଗଡ ଓ ଓଡିଶାରେ ପୁଣି ବଡ ଆଇଟି ରେଡ । ସିଆରପିଏଫ ଫୋର୍ସ ଧରି କୋଇଲା ବ୍ୟବସାୟୀଙ୍କ ଠିକଣାରେ ଚଢାଉ

1,248

କନକ ବ୍ୟୁରୋ : ଆୟକର ବିଭାଗର ବଡ଼ ଧରଣର ଚଢ଼ାଉ । ଓଡ଼ିଶା ଓ ଛତିଶଗଡ଼ରେ ଏକକାଳୀନ ଚଢ଼ାଉ କରିଛି ଆୟକର ବିଭାଗ । ବିଶିଷ୍ଟ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିୟାଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ହୋଇଛି । ସୁନ୍ଦରଗଡ଼ ଓ ଛତିଶଗଡ଼ରେ ଘନଶ୍ୟାମଙ୍କ କୋଇଲା ବ୍ୟବସାୟ ରହିଛି । ଘନଶ୍ୟାମଙ୍କ ଓଡ଼ିଶା, ଛତିଶଗଡ଼, ମୁମ୍ବାଇ, ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ କୋଇଲା ବ୍ୟବସାୟ ଓ ହୋଟେଲ ରହିଛି । ଏହାସହ ଘନଶ୍ୟାମଙ୍କ ଗୋପାଳପୁରରେ ଥିବା ଦୁଇମହଲା କୋଠା ଓ ଅଫିସ, ବିଲେଇମୁଣ୍ଡାର ଅଫିସ, ଘର, ସୋ’ରୁମ, ସ୍ପଞ୍ଜ ଆଇରନ୍ ଫ୍ୟାକଟ୍ରିରେ ମଧ୍ୟ ଚଢ଼ାଉ କରିଛି ଆୟକର ବିଭାଗ । ସେହିପରି ଘନଶ୍ୟାମଙ୍କ ଏମସିଏଲରେ ଥିବା କୋଇା ପରିବହନ ସାଇଟ୍, ଛତିଶଗଡ଼ ରାଏଗଡ଼ରେ ଥିବା ଆଇରନ, ଷ୍ଟିଲ ଓ ପାୱାର ପ୍ଲାଂଟ ଫ୍ୟାକ୍ଟ୍ରୀ ଓ ଘର, ରାୟପୁରରେ ଥିବା ଘର, ଅଫିସ ଏବଂ ବିଳାସପୁରରେ ଥିବା ହୋଟେଲରେ ମଧ୍ୟ ଚଢ଼ାଉ ହୋଇଛି । ଚଢ଼ାଉରେ ୧୦୦ରୁ ଅଧିକାରୀ ଓ ସିଆରପିଏଫ୍ ଫୋର୍ସ ସାମିଲ ହୋଇଛନ୍ତି । ଚଢ଼ାଉ ପରେ ଘନଶ୍ୟାମଙ୍କୁ ସବୁ ସ୍ଥାନକୁ ସିଲ୍ କରାଯାଇଛି । ଏହାସହ ସମସ୍ତ କର୍ମଚାରୀ ଓ ମାଲିକମାନଙ୍କୁ ଅଟକ ରଖିଛି ଆୟକର ବିଭାଗ । ତେବେ ଚଢ଼ାଉ ବେଳେ କିଛି କର୍ମଚାରୀ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଚଢ଼ାଉରେ କେତେ ଟଙ୍କା ଏବଂ କ’ଣ କ’ଣ ଜବତ ହୋଇଛି, ସେ ନେଇ ସୂଚନ ମିଳିନାହିଁ ।