ଓଡିଆ ଛାତ୍ରଙ୍କ କମାଲ: ପଛୁଆ ଅଚଂଳର ଆଗୁଆ ପିଲାର କାହାଣୀ

122

ବଲାଙ୍ଗିର: ଓଡିଆ ଛାତ୍ରଙ୍କ କମାଲ । ସାରା ଦେଶରେ ଟପ୍ କରିଛନ୍ତି ବଲାଙ୍ଗିର ଛାତ୍ର ଅବିନୀତ ପରିଚ୍ଛା । ଆଇସିଏସଇ ଦ୍ୱାରା ପରିଚାଳିତ ଦଶମ ପରୀକ୍ଷାରେ ୯୯.୨ ପ୍ରତିଶତ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ଟପ୍ କରିଛନ୍ତି ଅବିନୀତ ମୋଟ୍ ୫୦୦ ନମ୍ବରରୁ ୪୯୬ ନମ୍ବର ରଖିଛନ୍ତି ସେ । ବଲାଙ୍ଗିର  ଲିଟିଲ ଫ୍ଲାþୱାର ସ୍କୁଲର ଛାତ୍ର ଅବିନୀତଙ୍କ ଏହି ସଫଳତା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବିନୀତଙ୍କ ସମେତ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଟପର ତାଲିକାର ତୃତୀୟ ସ୍ଥାନରେ ମୋଟ ୧୦ ଜଣ ଥିବାବେଳେ ଏମାନଙ୍କ ଭିତରେ ଅଛନ୍ତି ରାଉରକେଲାର କରଣ ଅଗ୍ରୱାଲ । ସେ ୯୮.୮ ପ୍ରତିଶତ ମାର୍କ ରଖିଛନ୍ତି ।