ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି : ପୁରୀରେ ବସିବ ପ୍ରଥମ ସମନ୍ୱୟ ବୈଠକ

46

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ଚଳିତ ବର୍ଷ ରଥଯାତ୍ରା ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ଆଜି ପୁରୀରେ ବସିବ ପ୍ରଥମ ସମନ୍ୱୟ ବୈଠକ । କେନ୍ଦ୍ରାଂଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଶ୍ରୀମନ୍ଦିର ପ୍ରଶାସନ ଓ ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେବେ । ଦିନ ୧୧ଟାରେ ଏହି ବୈଠକ ବସିବ । ଏଥିରେ ଶ୍ରୀଜିଉଙ୍କ ରଥଯାତ୍ରା ସମ୍ପର୍କିତ ସମସ୍ତ ବିଷୟରେ ଆଲୋଚନା କରାଯିବ । ରଥକାଠ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଗମନାଗମନ, ଜଳ ଓ ପରିମଳ ଉପରେ ଆଲୋଚନା କରାଯିବ । ଏଥିରେ ପୁଲିସ ମହାନିର୍ଦେଶକ ମଧ୍ୟ ଯୋଗଦେବେ ବୋଲି ଜଣାପଡିଛି ।

þ