ଇଣ୍ଡିଆନ୍ ଗ୍ରାଁ ପ୍ରି ରେ ଚମକିଲେ ଓଡିଆ ଧାବିକା:୧୦୦ ମିଟର ଦୈାଡରେ ଦୂତିଙ୍କୁ ସ୍ୱର୍ଣ୍ଣ , ଶ୍ରାବଣୀଙ୍କୁ କାଂସ୍ୟ

39

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ପୁଣି ସର୍ବଭାରତୀୟ ସ୍ତରରେ ଚମକିଲେ ଓଡିଆ ଧାବିକା । ଇଣ୍ଡିଆନ୍ ଗ୍ରାଁ ପ୍ରି ମହିଳା ୧୦୦ ମିଟର ଦୈାଡରେ ଦୁଇଟି ପଦକ ପାଇଛି ଓଡିଶା । ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଦୂତି ଚାନ୍ଦ । ସେହିପରି କାଂସ୍ୟ ପଦକ ଜିଣିଛନ୍ତି ଶ୍ରାବଣୀ ନନ୍ଦ । ୧୧.୩୭ ସେକେଣ୍ଡ୍ ରେ ୧୦୦ ମିଟର ଦୌଡି ସ୍ୱର୍ଣ୍ଣ ହାତେଇଛନ୍ତି ଦୂତି । ତେବେ ଶ୍ରାବଣୀ ଏଥିପାଇଁ ୧୧.୬୦ ସେକେଣ୍ଡ ନେଇ ତୃତୀୟ ସ୍ଥାନରେ ରହିଥିଲେ । ଇଣ୍ଡିଆନ୍  ଗ୍ରାଁ ପ୍ରି ରେ ପଦକ ଜିତିବା ସତ୍ୱେ ଦୁହିଁଙ୍କୁ ଅଲିମ୍ପିକ୍ସ ଟିକେଟ ମିଳିନାହିଁ । କାରଣ ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ୧୧.୩୨ ସେକେଣ୍ଡ୍ ସମୟର ମାନଦଣ୍ଡ ରହିଛି । ପଞ୍ଜାବର ପଟିଆଲାରେ ଚାଲିଥିବା ଇଣ୍ଡିଆନ ଗ୍ରାଁ ପିରେ ୧୧.୫୭ ସେକେଣ୍ଡ୍ ରେ ୧୦୦ ମିଟର ଦୌଡି ରୌପ୍ୟ ପାଇଛନ୍ତି କର୍ଣ୍ଣାଟକର ଏଚ୍ଏମ୍ ଜ୍ୟୋତି ।