ଆଇସିସି ଦିନିକିଆ ରାଙ୍କିଙ୍ଗ: ମହମ୍ମଦ ସିରାଜ ୧ ନମ୍ବର ବୋଲର

202

କନକ ବ୍ୟୁରୋ: ଆଇସିସି ଦିନିକିଆ ରାଙ୍କିଙ୍ଗରେ ମହମ୍ମଦ ସିରାଜ ବଡ ଉପଲବ୍ଧି ହାସଲ କରିଛନ୍ତି । ସେ ଦିନିକିଆ ବୋଲିଂ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନକୁ ଉଠିଛନ୍ତି । ସେ ଅଷ୍ଟ୍ରେଲିଆର ଜୋସ ହାଜେଲହୁଡଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନକୁ ଉଠିଛନ୍ତି । ସିରାଜ ୭୨୯ ପଏଣ୍ଟ ସହ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ହାଜେଲହୁଡ ୭୨୭ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ଏବେ ଆଇସିସି ରାଙ୍କିଙ୍ଗରେ ଭାରତ ଓ ଭାରତୀୟ ଖେଳାଳିମାନେ ଭଲ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଟି-୨୦ ଓ ଦିନିକିଆରେ ଭାରତ ଏକ ନମ୍ବର ଟିମ ହୋଇଥିବା ବେଳେ ଟି-୨୦ରେ ସୂର୍ଯ୍ୟକୁମାର ଯାଦବ ୧ ନମ୍ବର ବ୍ୟାଟ୍ସମ୍ୟାନ ଓ ମହମ୍ମଦ ସିରାଜ ଏକ ନମ୍ବର ବୋଲରର ସ୍ଥାନ ହାସଲ କରିଛନ୍ତି । ସେହିପରି ରବିନ୍ଦ୍ରୀ ଜାଡେଜା ଟେଷ୍ଟରେ ଏକ ନମ୍ବର ଅଲରାଉଣ୍ଡରର ସ୍ଥାନ ବଜାୟ ରଖିଛନ୍ତି ।