ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ କଲେ ଘୋଷଣା, ଆସନ୍ତା ଆର୍ଥିକ ବର୍ଷରୁ ରାଜ୍ୟର ବେରୋଜଗାରଙ୍କୁ ମିଳିବ ମାସିକ ବେକାରୀ ଭତ୍ତା

241

କନକ ବ୍ୟୁରୋ : ଦେଶରେ ବେରୋଜଗାରୀଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି । ସେପଟେ ଆଇଟି କମ୍ପାନୀମାନେ ଦୈନିକ କର୍ମଚାରୀ ଛଟେଇ କରିବାରେ ଲାଗିଛନ୍ତି । ହେଲେ କେନ୍ଦ୍ର ସରକାର ଏନେଇ ବିଶେଷ ଚିନ୍ତିତ ଥିବା ଭଳି ମନେ ହେଉନାହିଁ । ଏସବୁ ଭିତରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁୂପେଶ ବଘେଲ ୭୪ତମ ଗଣତନ୍ତ୍ର ଦିବସ ଅବସରରେ ରାଜ୍ୟର ବେରୋଜଗାରୀଙ୍କ ପାଇଁ ବେକାରୀ ଭତ୍ତା ଘୋଷଣା କରିଛନ୍ତି ।

ଜଗଦଲପୁର ଠାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି କି, ଆସନ୍ତା ଆର୍ଥିକ ବର୍ଷରୁ ରାଜ୍ୟର ପ୍ରତ୍ୟେକ ପଞ୍ଜିକୃତ ବେରୋଜଗାର ଯୁବକ ଯୁବତୀଙ୍କୁ ପ୍ରତିମାସ ବେକାରୀ ଭତ୍ତା ପ୍ରଦାନ କରାଯିବ । ସୂଚନା ଥାଉକି, ୨୦୧୮ ମସିହା ଛତିଶଗଡ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ବେକାରୀ ଭତ୍ତା ଲାଗୁ କରାଯିବ ବୋଲି କଂଗ୍ରେସ ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲା ।

କେବଳ ସେତିକି ନୁହେଁ ଆଜି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଅନେକଗୁଡିଏ ଯୋଜନା ବାବଦରେ ଘୋଷଣା କରିଛନ୍ତି । ଏହା ମଧ୍ୟରେ ନିର୍ମାଣ ଶ୍ରମିକଙ୍କ ଘର ନିର୍ମାଣ ପାଇଁ ୫୦ ହଜାର ଟଙ୍କାର ସହାୟତା, ମହିଳା ବ୍ୟବସାୟୀଙ୍କ ପାଇଁ ପ୍ରୋତ୍ସାହନ ରାଶି ଭଳି ଲୋକହିତକର ଯୋଜନାମାନ ଘୋଷଣା କରିଛନ୍ତି ।