ଭାରତରେ ଲଞ୍ଚ ହେଲା କୋଭିଡ୍-୧୯ର ପ୍ରଥମ ନାଜାଲ ଭ୍ୟାକସିନ୍। ବୁଷ୍ଟର ଡୋଜ ଭାବେ କରାଯିବ ବ୍ୟବହାର।

83

କନକ ବ୍ୟୁରୋ: କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ ଭାରତ ବାୟୋଟେକର ନାଜାଲ ଭ୍ୟାକସିନ ଇନକୋଭାକକୁ ଲଞ୍ଚ କରିଛନ୍ତି । ଡିସେମ୍ବରରେ ଭାରତ ବାୟୋଟେକ୍ ଘୋଷଣା କରିଥିଲା ଯେ, ଭ୍ୟାକସିନକୁ ସରକାର ୩୨୫ ଟଙ୍କା ହିସାବରେ ବିକ୍ରି କରିବେ । ବେସରକାରୀ ଟିକାକରଣ କେନ୍ଦ୍ର ଏହାକୁ ୮ ଶହ ଟଙ୍କାରେ ବିକ୍ରିକରିପାରିବେ ।

ନାଜାଲ ଟିକା ତୃତୀୟ ପର୍ଯ୍ୟାୟର କ୍ଲିନିକାଲ ଟ୍ରାଏଲରେ ସଫଳ ହୋଇଥିଲା । ଟିକା ନିର୍ମାତା କହିଛନ୍ତି ଯେ, ବିବିଆଇ୧୫୪କୁ ବିଶେଷ ଭାବେ ନାକ ପାଇଁ ପ୍ରସ୍ତୁତ କରାଯାଇଛି । କମ୍ପାନୀ କହିଛି ନାକରେ ଟିକା ଦେବା ପ୍ରଣାଳୀ ଏହିଭଳି ଭାବେ ଡିଜାଇନ କରାଯାଇଛି ଯେ ଯାହାଦ୍ୱାରା ନିମ୍ନ ଏବଂ ମଧ୍ୟ ଆୟୁବର୍ଗର ଲୋକଙ୍କ ପାଇଁ ଉପଯୋଗୀ ହୋଇପାରିବ ।

କମ୍ପାନୀ ଏହା ମଧ୍ୟ କହିଛି ଯେ, ଇନଟ୍ରାନାଜାଲ ଟିକା ବିବିଆଇ୧୫୪ ଶ୍ୱାସ ମାର୍ଗର ଉପର ଅଂଶରେ ଆଣ୍ଟିବଡି ପ୍ରସ୍ତୁତ ହୋଇଥାଏ । ଏହା ଦ୍ୱାରା କୋଭିଡ୍-୧୯ ସଂକ୍ରମିତ କରିବା ଏବଂ ପ୍ରସାର କରିବା ପାଇଁ ସମ୍ଭାବିତ କ୍ଷମତା କମ କରିବା ପାଇଁ ମିଳିଥାଏ । ଏହି କ୍ରମରେ ଅଧିକ ଅଧ୍ୟୟନ ପାଇଁ କାମ ଜାରିରହିଛି ।