ବିଶ୍ୱକପ ଧର୍ମଶାଳା ମ୍ୟାଚ୍ ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା । ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବେ ନାହିଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା

392

କନକ ବ୍ୟୁରୋ : ବଡ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ ଝଟକା, ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରୁ ପାଣ୍ଡ୍ୟା ଆଉଟ୍ । ଗୁରୁବାର ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇ ଅଧାରୁ ପଡିଆ ଛାଡିଥିଲେ ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଆହତ ସମସ୍ୟା ବଢିବା କାରଣରୁ ପରବର୍ତୀ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରୁ ହାର୍ଦ୍ଦିକଙ୍କୁ ବାଦ ଦିଆଯାଇଛି । ତେବେ ଇଂଲଣ୍ଡ ବିପକ୍ଷ ମ୍ୟାଚ ସୁଦ୍ଧା ସେ ଠିକ ହେବା ସହିତ ଦଳ ସହିତ ସାମିଲ ହେବେ ବୋଲି ବିସିସିଆଇ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଅଲରାଉଣ୍ଡର ଭାବେ ହାର୍ଦ୍ଦିକଙ୍କ ପ୍ରଦର୍ଶନ ଦମଦାର ରହିଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଏହାର ପ୍ରଭାବ ଦେଖିବାକୁ ମିଳିବ ବୋଲି କ୍ରିକେଟ ବିଶେଷଜ୍ଞ ଆକଳନ କରିଛନ୍ତି । ସେପଟେ ପାଣ୍ଡ୍ୟାଙ୍କ ସ୍ଥାନରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିବା ନେଇ ସମ୍ଭାବନା ରହିଛି ।