ମହମ୍ମଦ ଆଝାରୁଦ୍ଧିନଙ୍କ ନାଁରେ ମାମଲା । ପାଣ୍ଠି ହେରଫେର ଅଭିଯୋଗରେ ଆଣି ପୁଲିସର ଦ୍ୱାରସ୍ଥ ହେଲେ ହାଇଦ୍ରାବାଦ କ୍ରିକେଟ ଆସୋସିଏସନ

189

କନକ ବ୍ୟୁରୋ : ପୁଣି ବିବାଦରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନ । ସଭାପତି ଥିବା ସମୟରେ ଆଝାରୁଦ୍ଦିନ ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ପାଣ୍ଠିର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏନେଇ ଏଚସିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପକ୍ଷରୁ ଆଜାରୁଦ୍ଦିନଙ୍କ ସମେତ ଅନେକ ପୂର୍ବତନ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଆଜାରୁଦ୍ଦିନ ଏବଂ ଅନ୍ୟ ପୂର୍ବ ଅଧିକାରୀମାନେ ଦାୟିତ୍ୱରେ ଥିବା ସମୟରେ ପାଣ୍ଠିର ଦୁରୂପଯୋଗ କରାଯାଇଥିବା ଅଭିଯୋଗ କରାଯାଇଛି । ୨୦୧୯ରୁ ୨୦୨୩ପର୍ଯ୍ୟନ୍ତ କ୍ରିକେଟ କାଉନସିଲ କାରବାରର ଅଡିଟ୍ ହେବା ପରେ ଏଭଳି ଅନିୟମିତତା ହୋଇଥିବା ଜଣାପଡିଛି । ଅନ୍ୟପଟେ ନିଜ ନାଁରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କ ଛବିକୁ ଖରାପ କରିବାକୁ ପ୍ରୟାସ କରାଯାଊଥିବା କହିଛନ୍ତି ଆଜାରୁଦ୍ଦିନ ।