ମତଦାନ ଆରମ୍ଭରୁ ବିଭିନ୍ନ ସ୍ଥାନରେ ଇଭିଏମରେ ତ୍ରୁଟି । ବଲାଙ୍ଗୀର କଣ୍ଟାବାଞ୍ଜିର ସଖୀ ବୁଥ ନମ୍ବର ୫୩ସହ ଏକାଧିକ ବୁଥରେ ଇଭିଏମ୍ ଅଚଳ ସମସ୍ୟା ।

141

କନକ ବ୍ୟୁରୋ: ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏହାରି ଭିତରେ କିଛି ସ୍ଥାନରେ ଇଭିଏମ୍ ମେସିନରେ ତ୍ରୁଟି ଯୋଗୁଁ ଭୋଟିଂରେ ବିଳମ୍ବ ହୋଇଥିବା ଖବର ଆସିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ କ୍ଷେତ୍ର କଣ୍ଟାବାଂଜିର ସଖୀ ବୁଥ୍ ନମ୍ବର ୫୩ , ବୀରମହାରାଜପୁରର ୨୧୭ ନମ୍ବର ବୁଥ୍, ବଲାଙ୍ଗୀରର ୧୫୩ ନମ୍ବର ବୁଥରେ ଇଭିଏମ୍ ମେସିନରେ ସମସ୍ୟା ଯୋଗୁଁ ମତଦାନରେ ବିଳମ୍ବ ହୋଇଥିଲା । ଅନ୍ୟପଟେ ସାନଖେମୁଣ୍ଡିର ବୁଥ୍ ନମ୍ବର ୪୫୭ ଓ ୪୮ରେ ମଧ୍ୟ ଏଭଳି ସମସ୍ୟା ଦେଖାଯାଇଥିଲା ।

ଏହାସହ ମତଦାନ ସମୟରେ କିଛି ବୁଥରେ ଉତ୍ତେଜନା ସୃଷ୍ଟି ହୋଇଥିବା ଖବର ରହିଛି । ଦିଗପହଣ୍ଡି, ବୁଥରେ ଏଜେଣ୍ଟ ପ୍ରବେଶକୁ ଉତ୍ତେଜନା ହୋଇଥିବାବେଳେ ଧରାକୋଟ୍ କୁସଗୁମ୍ମା ୨୧ ନମ୍ବର ବୁଥ୍ରେ ଦୁଇ ଏଜେଣ୍ଟଣ୍ଟଙ୍କ ପ୍ରବେଶକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିବା ଜଣାପଡିଛି ।