ଜଣାପଡ଼ିଲା ଓମିକ୍ରନକୁ ନେଇ ବିଶ୍ୱବ୍ୟାପୀ ଉଦବେଗର କାରଣ । ଗୋଟିଏ ମାସରେ ୧୦୮ ଦେଶକୁ ବ୍ୟାପିଗଲାଣି ନୂଆ ଭୂତାଣୁ ।

111

କନକ ବ୍ୟୁରୋ : କରୋନା ଭୂତାଣୁର ନୂଆ ପ୍ରଜାତି ଓମିକ୍ରନକୁ ନେଇ ସାରାବିଶ୍ୱରେ ଏତେ ଭୟ କାହିଁକି ? ଯଦିଓ ଏହି ଭୂତାଣୁ ଏତେ ମାରାତ୍ମକ ନୁହେଁ ବୋଲି କୁହାଯାଉଛି, ତଥାପି କାହିଁକି ପୁଣି କଟକଣା ସବୁ ଫେରିବାରେ ଲାଗିଛି । କୁହାଯାଉଛି ଏସବୁ ସତର୍କତା ସଂକ୍ରମଣର ବ୍ୟାପକତାକୁ ରୋକିବା ପାଇଁ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗୋଟିଏ ମାସ ମଧ୍ୟରେ ଏହି ନୂଆ ଭୂତାଣୁ ବିଶ୍ୱର ୧୦୮ଟି ଦେଶକୁ ବ୍ୟାପିଗଲାଣି । ଓମିକ୍ରନରେ ବିଶ୍ୱବ୍ୟାପୀ ଦେଢଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇଥିବାବେଳେ ୨୬ ଜଣଙ୍କ ମୃତ୍ୟୁ ହେଲାଣି ।

– ଦକ୍ଷିଣ ଆଫ୍ରିକାରେ ମେ’ ମାସ ବେଳକୁ ମାତ୍ର ୨ ପ୍ରତିଶତ ଥିବା ଡେଲ୍ଟା ଭୂତାଣୁ ଜୁଲାଇ ବେଳକୁ ୮୯ ପ୍ରତିଶତରେ ପହଂଚିଗଲା
– ହେଲେ ନଭେମ୍ବର ୨୪ରେ ପ୍ରଥମ ଓମିକ୍ରନ ଚିହ୍ନଟ ହୋଇଥିବାବେଳେ ଡିସେମ୍ବର ଶେଷ ବେଳକୁ ଏହା ୯୫ ପ୍ରତିଶତ ଛୁଇଁଛି
– ବ୍ରିଟେନରେ ଏପ୍ରିଲ ୫ ତାରିଖ ବେଳକୁ ଡେଲ୍ଟା ଭୂତାଣୁ ଯୋଗୁଁ ୦.୦୧ ପ୍ରତିଶତ ଥିଲା କରୋନା ସଂକ୍ରମଣ
– ମେ’ ଶେଷ ବେଳକୁ ଏହା ୭୪ ପ୍ରତିଶତ ଓ ଜୁନ ବେଳକୁ ବ୍ରିଟେନରେ ୯୦ ପ୍ରତିଶତ ଥିଲା ଡେଲ୍ଟା ଭୂତାଣୁ ସଂକ୍ରମଣ
– ହେଲେ ଓମିକ୍ରନ୍ ଭୂତାଣୁ ଯୋଗୁଁ ବ୍ରିଟେନରେ କରୋନା ସଂକ୍ରମଣର ସବୁ ରେକର୍ଡ ଏବେ ଭାଙ୍ଗି ଯାଇଛି
– ଡିସେମ୍ବର ୨୨ରେ ଗୋଟିଏ ଦିନରେ ବ୍ରିଟେନରେ ୧ ଲକ୍ଷରୁ ଅଧିକ କରୋନା ସଂକ୍ରମଣ ଚିହ୍ନଟ ହୋଇଛି
– ଆମେରିକାରେ ଏପ୍ରିଲ ୧୯ ବେଳକୁ ଡେଲ୍ଟା ଭୂତାଣୁର ସଂକ୍ରମଣ ୦.୩୧ ପ୍ରତିଶତ ଥିବାବେଳେ ଜୁଲାଇ ଶେଷ ବେଳକୁ ୯୦ ପ୍ରତିଶତରେ ପହଂଚିଥିଲା
– ହେଲେ ଓମିକ୍ରନ ଚିହ୍ନଟ ହେବା ଦିନରୁ ଆମେରିକାରେ ଦ୍ରୁତ ବେଗରେ ବଢିଚାଲିଛି କରୋନା ମାମଲା, ପ୍ରତି ୪ ଜଣରେ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି
– ଭାତରେ ମଧ୍ୟ ମାତ୍ର ୨୨ ଦିନରେ ୧୭ଟି ରାଜ୍ୟକୁ ବ୍ୟାପିଗଲାଣି ଓମିକ୍ରନ ଭୂତାଣୁ । ଏ ପର୍ଯ୍ୟନ୍ତ ଦେଶରେ ୪୧୫ଟି ଓମିକ୍ରନ ମାମଲା ଚିହ୍ନଟ ହୋଇଛି ।