କେଉଁ ହସ୍ପିଟାଲରେ କେତେ ମୃତଦେହ ରହିଛି? କେତେ ଜଣଜଣ ଚିହ୍ନଟ ହେଲେଣି, କେତେ ଜଣଙ୍କୁ ମିଳିଲାଣି ଅନୁକମ୍ପା ରାଶି? ଜାଣନ୍ତୁ ପୂରା ତଥ୍ୟ…

1,068

କନକ ବ୍ୟୁରୋ : ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । କେଉଁ ହସ୍ପିଟାଲରେ କେତେ ମୃତଦେହ ସଂରକ୍ଷିତ ରହିଛି, କେତେଜଣ ଚିହ୍ନଟ ହେଲେଣି, କେତେ ଜଣଙ୍କୁ ଅନୁକମ୍ପା ମୂଳକ ରାଶି ମିଳିଛି, ତାହାର ରିପୋର୍ଟ ଏବେ ସାମ୍ନାକୁ ଆସିଛି । ମୋଟ୍ ୧୯୩ଟି ମୃତଦେହ ଭୁବନେଶ୍ୱର ଆସିଛି । ସେଥିରୁ ୯୬ଟି ଚିହ୍ନଟ ହୋଇଛି ଏବଂ ସେମାନଙ୍କୁ ୬୯୦ ଲକ୍ଷ ମଧ୍ୟ ଦିଆ ସରିଛି । ନଜର ପକାନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ଉପରେ ।

ଭୁବନେଶ୍ୱର – ଏମ୍ସ
୧୨୩ଟି ମୃତଦେହ ଆସିଥିଲା
୭୪ଟି ଚିହ୍ନଟ ହୋଇଛି
୬୪ଟି ମୃତଦେହ ପରିବାରକୁ ହସ୍ତାନ୍ତର
୬୪୦ ଲକ୍ଷ ଅନୁକମ୍ପା ରାଶି ପ୍ରଦାନ

ଭୁବନେଶ୍ୱର – କ୍ୟାପିଟାଲ ହସ୍ପିଟାଲ
୧୪ଟି ମୃତଦେହ ଆସିଥିଲା
୬ଟି ଚିହ୍ନଟ
୨ଟି ମୃତଦେହ ପରିବାରକୁ ହସ୍ତାନ୍ତର
୨୦ ଲକ୍ଷ ଅନୁକମ୍ପା ରାଶି ପ୍ରଦାନ

ଭୁବନେଶ୍ୱର – ସମ୍ ହସ୍ପିଟାଲ
୨୦ଟି ମୃତଦେହ ଆସିଥିଲା
୯ଟି ଚିହ୍ନଟ ହେବାସହ ହସ୍ତାନ୍ତର
୯୦ ଲକ୍ଷ ଟଙ୍କା ପ୍ରଦାନ

ଭୁବନେଶ୍ୱର – ହାଇଟେକ୍ ହସ୍ପିଟାଲ
୧୪ଟି ମୃତଦେହ ଆସିଥିଲା
୨ଟି ମୃତଦେହ ଚିହ୍ନଟ ଓ ହସ୍ତାନ୍ତର
୨୦ ଲକ୍ଷ ଟଙ୍କା ପ୍ରଦାନ ସରିଛି

ଭୁବନେଶ୍ୱର – କିମ୍ସ ହସ୍ପିଟାଲ
୨୦ଟି ମୃତଦେହ ଆସିଥିଲା
୭ଟି ଚିହ୍ନଟ ଓ ହସ୍ତାନ୍ତର
୭୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ

ଭୁବନେଶ୍ୱର – ଆମ୍ରି ହସ୍ପିଟାଲ
୬ଟି ମୃତଦେହ ଆସିଥିଲା
୩ଟି ଚିହ୍ନଟ
ଗୋଟିଏ ମୃତଦେହ ପରିବାରକୁ ହସ୍ତାନ୍ତର
୧୦ ଲକ୍ଷ ଟଙ୍କା ପ୍ରଦାନ