ରାତି ସାରା ଫୋନରେ ଅପରେଟ୍ କରୁଥିଲେ ମୁଖ୍ୟମନ୍ତ୍ରୀ । ସ୍ଥିତି ଅନୁଧ୍ୟାନ ପାଇଁ ସକାଳ ୭ଟା ପୂର୍ବରୁ ପହଞ୍ଚିଥିଲେ ନବୀନ୍ : ପ୍ରଶାନ୍ତ ମୁଦୁଲି

480

କନକ ବ୍ୟୁରୋ : ବାହାନଗା ରେଳ ଦୁର୍ଘଟଣା ନେଇ ବିରୋଧୀ ବିଭିନ୍ନ ପ୍ରଶ୍ନ ଉଠାଉଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । କହିଛନ୍ତି, ପ୍ରାକୃତିକ ବିପର୍ୟ୍ୟୟ ମୁକାବିଲା କରିବାରେ ନବୀନ ଏକ ନମ୍ବର । ଏକଥା ଅନେକ ଥର ପ୍ରମାଣିତ ହୋଇସାରିଛି । ରେଳ ଦୁର୍ଘଟଣାରେ ନବୀନଙ୍କ ପରି ଜଣେ ସମ୍ବେଦନଶୀଳ ମଣିଷ ଏହାକୁ ଗୁରୁତର ସହ ନେଇଛନ୍ତି । ଏମିତି କି କେମିତି ଉଦ୍ଧାର କାର୍ଯ୍ୟ ସୁରୁଖୁରରେ ହେବ, ଆହତଙ୍କୁ କିପରି ହସ୍ପିଟାଲ ପହଞ୍ଚାଯିବା ସେନେଇ ମୁଖ୍ୟମନ୍ତ୍ରୀ ରାତି ସାରା ଫୋନରେ ଅପରେଟ କରିଛନ୍ତି । ସ୍ଥିତି ଅନୁଧ୍ୟାନ କରିବା ପାଇଁ ସକାଳ ୭ଟା ପୂର୍ବରୁ ବାହାନଗାରେ ପହଂଚିଛନ୍ତି । ସରକାରୀ ଓ ବେସରକାରୀ ସ୍ତରରେ କାମକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ପ୍ରଶାନ୍ତ ମୁଦୁଲି ଆହୁରି ମଧ୍ୟ କହିଛନ୍ତି କି, ସବୁବେଳେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶରେ ଆମେ ସମସ୍ତ କାର୍ଯ୍ୟ କରିଥାଉ । ଏହା ଏକ ସ୍ପର୍ଶ କାତର ଘଟଣା ଥିଲା । ଏଭିଳି ଘଟଣା ବହୁତ କମ ଘଟେ। ଏଥରେ ଅନେକ ଲୋକ ଭଲ କାମ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ ପ୍ରଶାନ୍ତ ମୁଦୁଲି କହିଛନ୍ତି, ପ୍ରଧାନମନ୍ତ୍ରୀ ନିଜ କାର୍ୟ୍ୟକ୍ରମ ବାତିଲ କରି ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆସିଥିଲେ, ସ୍ଥିତି ଅନୁଧ୍ୟାନ କରିବା ସହ ହସ୍ପିଟାଲ ଯାଇ ଆହତ ଲୋକଙ୍କ ମନୋବଳ ବଢାଇଛନ୍ତି । ତେବେ ଘଟଣା ଯେତେବେଳେ ଘଟି ସାରିଛି । ତଦନ୍ତ ହେବା ସ୍ବାଭାବିକ କଥା । ଭୁଲ ସାମ୍ନାକୁ ଆସିବା ଦରକାର । ଏ ଭଳି ଘଟଣାରେ ରାଜନୈତିକ ବୟାନ ବାଜି ବି ହେବା ସ୍ବାଭାବିକ କଥା ବୋଲି କହିଛନ୍ତି ପ୍ରଶାନ୍ତ ମୁଦୁଲି