କରୋନା ଆକ୍ରାନ୍ତ ହେଲେ ପ୍ରାକୃତିକ ଉପାୟରେ ପ୍ରତିରୋଧ ଶକ୍ତି ସୃଷ୍ଟି ହେବ ବୋଲି ଭାବିବା ଭୁଲ : ଏହାକୁ ବୋକାମୀ ବୋଲି କହିଲେ ଡବ୍ଲୁଏଚଓ ମୁଖ୍ୟ ବୈଜ୍ଞାନିକ

ସୌମ୍ୟ ସ୍ୱାମୀନାଥନ କହିଲେ, ଭାରତ ଓ ଡେନମାର୍କ ଭଳି ଦେଶରେ ଅଧିକ ବ୍ୟାପୁଛି ଓମିକ୍ରନର ସବ-ଭାରିଆଂଟ୍ ବିଏ ପଏଂଟ ୨

129

କନକ ବ୍ୟୁରୋ : କରୋନା ମହାମାରୀର ପ୍ରଭାବ କମିନଥିବାବେଳେ ହର୍ଡ ଇମ୍ୟୁନିଟିକୁ ନେଇ ସତର୍କ କରାଇ ଦେଇଛନ୍ତି ଡବ୍ଲୁଏଚଓ ମୁଖ୍ୟ ବୈଜ୍ଞାନିକ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ କହିଛନ୍ତି, କରୋନା ସଂକ୍ରମିତ ହୋଇ ଆପଣାଛାଏଁ ପ୍ରତିରୋଧ ଶକ୍ତି ତିଆରି ହେବ ବୋଲି ଧରିନେବା ଏକ ବୋକାମୀ ।

ଓମିକ୍ରନ୍ ଯୋଗୁଁ ଦେଖାଦେଇଥିବା କରୋନା ଲହର ଏତେଟା ଘାତକ ହେଉନଥିବାରୁ ଲୋକେ ବେପରୁଆ ହୋଇପଡିଛନ୍ତି । କରୋନା ଆକ୍ରାନ୍ତ ହେଲେ ପ୍ରାକୃତିକ ଉପାୟରେ ମଣିଷ ଶରୀରରେ ପ୍ରତିରୋଧ ଶକ୍ତି ସୃଷ୍ଟି ହେବ ବୋଲି ଚର୍ଚ୍ଚା ଚାଲିଛି । ଯାହାକୁ ଏକ ଭ୍ରାନ୍ତ ଧାରଣା ବୋଲି କହିଛନ୍ତି ହୁ’ର ମୁଖ୍ୟ ବୈଜ୍ଞାନିକ । ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ସାକ୍ଷାତକାର ଦେଇ ଏହାର ଭୟାବହତା ବାବଦରେ ସେ ସତର୍କ କରାଇ ଦେଇଛନ୍ତି ।

– କରୋନା ସଂକ୍ରମିତ ହେଲେ ହର୍ଡ ଇମ୍ୟୁନିଟି ତିଆରି ହେବ ବୋଲି ଭାବିବା ବୋକାମୀ
– ଏଥିପାଇଁ ଅନେକ ମୂଲ୍ୟ ଦେବାକୁ ପଡିପାରେ ବୋଲି କହିଲେ ସୌମ୍ୟା ସ୍ୱାମୀନାଥନ
– କରୋନାକୁ ହାଲୁକା ଭାବେ ନେବା ଉଚିତ୍ ନୁହେଁ ବୋଲି ଡବ୍ଲୁଏଚଓ କହିଆସୁଛି
– ଓମିକ୍ରନ୍ର ସବ-ଭାରିଆଂଟ ବିଏ.୨ ଅନ୍ୟ ଭୂତାଣୁ ଅପେକ୍ଷା ଅଧିକ ସଂକ୍ରାମକ
– ଭାରତ ଓ ଡେନମାର୍କ ସମେତ କେତେକ ଦେଶରେ ଏହା ବ୍ୟାପିବାରେ ଲାଗିଛି
– ଓମିକ୍ରନ୍ର ଦୀର୍ଘମିଆଦୀ ପ୍ରଭାବ କ’ଣ ରହିବ ତାକୁ ନେଇ ଗବେଷଣା ଚାଲିଛି
– ପୁନଃ ସଂକ୍ରମଣ ଓ ପ୍ରତିରୋଧ ଶକ୍ତି ଉପରେ ପ୍ରଭାବର ତର୍ଜମା କରାଯାଉଛି
– ବର୍ତ୍ତମାନ ଦିଆଯାଉଥିବା ଟିକା ଡେଲ୍ଟା ଅପେକ୍ଷା ଓମିକ୍ରନ୍ ବିରୋଧରେ କମ୍ ପ୍ରଭାବୀ
– ଟିକା ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ମୃତ୍ୟୁ ଓ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଆଶଙ୍କା କମ୍
– କରୋନା ଏକ ଆରଏନଏ ଭୂତାଣୁ ହୋଇଥିବାରୁ ବାରମ୍ବାର ମ୍ୟୁଟେସନ୍ ହୋଇପାରେ