ହିମାଚଳ-ଉତ୍ତରାଖଣ୍ଡରେ ଜଳ ପ୍ରଳୟ । ଫଶିଛନ୍ତି ୩୦୦୦ ପର୍ଯ୍ୟଟକ, ଉଦ୍ଧାର କରୁଛନ୍ତି ଏନଡିଆରଏଫ୍ ଓ ସେନାର ମିଳିତ ଟିମ୍

187

କନକ ବ୍ୟୁରୋ: ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପ୍ରକୃତି କରାଳ ରୂପ ଦେଖାଉଛି । ବନ୍ୟାରେ ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ତ୍ରାହି ତ୍ରାହି ପରିସ୍ଥିତି । କେଉଁଠି ନଦୀ ଗର୍ଭରେ ଗାଡିମଟର ଭାସିଯାଉଛି ତ ଆଉ କେଉଁଠି ପାହାଡରୁ ବିରାଟ ପଥର ଖସି ଜୀବନ ଯାଉଛି । ଏଭଳି ସ୍ଥିତିରେ ସେଠାକୁ ଯାଇଥିବା ପାଖାପାଖି ୩୦୦ ପର୍ଯ୍ୟଟକ ଫଶି ରହିଥିବା ଜଣାପଡିଛି । ସେମାନଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି ସେନା ଯବାନଙ୍କ ସହ ଏନଡିଆରଏଫ୍ ଟିମ୍ ।

ହିମାଚଳ ଓ ଉତ୍ତରାଖଣ୍ଡରେ ଭୀଷଣ ବନ୍ୟାରେ ବ୍ରିଜ ଭାସିଯାଇଛି । ଘର ଓ ଯାନବାହାନ ଭାସିଯାଇଛି । ଫଳରେ ଅନେକ ଲୋକ ବାସହରା ହୋଇପଡିଛନ୍ତି । ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରେଡ୍ ଆଲର୍ଟ ଜାରି ହୋଇଛି । ଚମୋଲି ରେ କଞ୍ଚନନାଲାଠାରେ ବଦ୍ରୀନାଥ ରାଜପଥ ବନ୍ୟାରେ ଭାସିଯାଇଛି ।