ଅସହ୍ୟ ତାତି ସାଙ୍ଗକୁ କଲବଲ କରୁଛି ପାୱାରକଟ୍ : ଚିତ୍ରକୋଣ୍ଡା ଗୁଣ୍ଠାବେଡା ପଞ୍ଚାୟତରେ ବିଦ୍ୟୁତ୍ କାଟକୁ ନେଇ ଉତ୍ତେଜନା

58

କନକ ବ୍ୟୁରୋ : ଅସହ୍ୟ ତାତି ସାଙ୍ଗକୁ କଲବଲ କରୁଛି ପାୱାରକଟ୍ । ବାରମ୍ବାର ବିଦ୍ୟୁତ୍ କାଟ ହେବାରୁ ଏହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି । ଚିତ୍ରକୋଣ୍ଡା ବ୍ଲକର ଗୁଣ୍ଠାବେଡା ପଞ୍ଚାୟତରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି ।

ଚିତ୍ରକୋଣ୍ଡାରେ ଥିବା ଟିପିଏସଓଡିଏଲ ସବଷ୍ଟେସନ ଗେଟ୍ ଆଗରେ ଧାରଣାରେ ବସିଛନ୍ତି ଲୋକେ । ବାରମ୍ବାର ବିଦ୍ୟୁତ କାଟ ହେଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଧାରଣା ଦେଇଛନ୍ତି ବିଦ୍ୟୁତ୍ ଉପଭୋକ୍ତା । ବିଦ୍ୟୁତ୍ କଟିବା ଯୋଗୁଁ ଚାଷ, ଉଠାଜଳଚେନ, ଓ ମୋଟରରେ ପାଣି ନଆସିବାରୁ ଲୋକେ ଖରାଦିନରେ ବହୁତ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି । ଏଥିସହ ଟଙ୍କା ଦେବା ପରେ ବି ବିଲ୍ କଟୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।