କନକ ବ୍ୟୁରୋ : ପୁଅର ମୃତ୍ୟୁ ଖବର ଶୁଣି ଚାଲିଗଲା ବାପାଙ୍କ ଜୀବନ । ଅସୁସ୍ଥ ବାପାଙ୍କୁ ଚିକିତ୍ସା କରିବା ପାଇଁ ହସ୍ପିଟାଲ ଯାଇଥିବା ବେଳେ ଅଚାନକ ଅସୁସ୍ଥ ହୋଇ ଚାଲିଯାଇଥିଲା ପୁଅର ଜୀବନ । ଆଉ ଏହି ଖବର ଶୁଣିଲା ପରେ ବାପାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୋନପୁର ତରଭା ମାଲିପଡ଼ାରୁ ଆସିଛି ଏଭଳି ଏକ ଅଭାବନୀୟ ଖବର । ଏକାଠି ଶଶ୍ମାନରେ ଜଳିଛି ବାପା-ପୁଅଙ୍କ ଶବ । ଘରେ ବିଧବା ମା’ ଓ ଭିନ୍ନକ୍ଷମ ଭାଇ ଏବେ ଅସହାୟ ହୋଇପଡ଼ିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ତରଭାର ଆଦିକନ୍ଦ ସା’ ଅଚାନକ ଅସୁସ୍ଥ ହୋଇପଡ଼ିବାରୁ ପୁଅ ଆର୍ତତ୍ରାଣ ସା’ ବାପାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ନେଇଥିଲେ । ବାପାଙ୍କ ଚିକିତ୍ସା ଚାଲିଥିବା ସମୟରେ ଅଚାନକ ପୁଅ ଆର୍ତତ୍ରାଣ ଅସ୍ୱାଭାବିକତା ଅନୁଭବ କରିଥିଲେ । ଡାକ୍ତର ଆସି ଚିକିତ୍ସା କରୁ କରୁ ଆର୍ତତ୍ରାଣଙ୍କ ମୃତ୍ୟୁ ହୋଇଯାଇଥିଲା । ପୁଅର ମୃତ୍ୟୁ ଖବର ଶୁଣିବା ପରେ ଅଚାନକ ପଡ଼ିଯାଇଥିଲେ ବାପା ଆଦିକନ୍ଦ । ଆଉ ସେଠି ତାଙ୍କର ବି ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତରଭାରେ ମୃତଦେହ ପହଂଚିବା ପରେ ଗୋଟିଏ ଶଶ୍ମାନରେ ବାପା-ପୁଅଙ୍କ ଜୁଇ ଜଳିଛି । ଏହି ଖବର ସାରା ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି ।