ମୋଦୀଙ୍କ ‘ମନ୍ କି ବାତ୍’ର ୧୦୦ତମ ଏପିସୋଡରେ ଓଡିଶାର ଡି, ପ୍ରକାଶ ରାଓଙ୍କ ପ୍ରଶଂସା । ବିଦେଶରେ ଶୁଭିଲା ଭାରତର ଗାରିମା

216

କନକ ବ୍ୟୁରୋ: ସାରା ବିଶ୍ୱ ଶୁଣିଲା ମୋଦୀଙ୍କ ମନ କୀ ବାତ୍ । ୧୦୦ତମ ଏପିସୋଡକୁ ନ୍ୟୁୟର୍କ, ଲଣ୍ଡନ ସମେତ ବିଭିନ୍ନ ଦେଶରେ ପ୍ରସାରଣ କରାଯାଇଛି । ଦେଶବାସୀଙ୍କ ଆଜି ସମ୍ବୋଧନ କରି ମୋଦୀ କହିଛନ୍ତି, ମନ କୀ ବାତ କାର୍ଯ୍ୟକ୍ରମ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସିଧାସଳଖ ଲୋକଙ୍କ ସହ ମିଶିବାର ସୁଯୋଗ ମିଳିଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରୋଟକଲ ସୁରକ୍ଷା ଆଦି ବିଭିନ୍ନ କାରଣରୁ ଲୋକଙ୍କ ସହ ସିଧାସଳଖ ମିଳାମିଶା କରିବାରେ ସମ୍ଭବ ହେଉନଥିଲା । ଲୋକଙ୍କ ସେବା ପାଇଁ କମ୍ ବୟସରୁ ଘର ଛାଡ଼ିଥିବା ଜଣେ ବ୍ୟକ୍ତିଙ୍କୁ ଏହା ବ୍ୟଥିତ କରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତେବେ ଏହି ଖାଲିସ୍ଥାନକୁ ମନ କୀ ପୂରଣ କରିଥିଲା ବୋଲି ମୋଦୀ କହିଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ସହ ଯୋଡ଼ିହେବାକୁ ସୁଯୋଗ ଆଣିଦେଇଥିଲା ।

‘ମନ କୀ ବାତ୍’ର ୧୦୦ତମ ଏପିସୋଡରେ ମୋଦୀ ଓଡ଼ିଶାର ଡି. ପ୍ରକାଶ ରାଓଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କଟକର ଡି. ପ୍ରକାଶ ରାଓ ଚା’ ବିକ୍ରି କରି କିପରି ମାଗଣାରେ ପିଲାମାନଙ୍କୁ ପାଠ ପଢ଼ାଉଥିଲେ, ଏବଂ ତାଙ୍କର ସମର୍ପିତ ଜୀବନ ଉପରେ ଆଲୋକପାତ କରିଥିଲେ ମୋଦୀ ।

ସେହିପରି ଓଡ଼ିଶାରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦୦ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ପୁରୀ ଜିଲ୍ଲା ସତ୍ୟବାଦୀରେ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୋଦୀଙ୍କ ମନ୍ କୀ ବାତ୍ ଶୁଣିଛନ୍ତି ।