ପୁଣି ବିବାଦରେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ବିବାଦୀୟ ସଂଳାପ ଓ ଚିତ୍ରଣ ପାଇଁ ଅଟକିଲା ସିନେମା ବିହ୍ୟୁମର ରିଲିଜ

220

କନକ ବ୍ୟୁରୋ : ପୁଣି ଥରେ ବିବାଦରେ ଫିଲ୍ମ ମେକର୍ସ ରାମ ଗୋପାଳ ବର୍ମା । ନିଜ ଆଗାମୀ ଚଳଚ୍ଚିତ୍ର ‘ବ୍ୟୁହମ୍’କୁ ନେଇ ଏବେ ବିବାଦଘେରକୁ ଆସିଛନ୍ତି ରାମ ଗୋପାଳ । ଫିଲ୍ମଟି ୨୯ ଡିସେମ୍ବରରେ ରିଲିଜ ହେବାର ଥିଲା, ହେଲେ ଏହାପୂର୍ବରୁ ତେଲେଙ୍ଗାନା ହାଇକୋର୍ଟ ଫିଲ୍ମ ରିଲିଜ ଉପରେ ରୋକ ଲଗାଇଛନ୍ତି । କୁହାଯାଉଛି ଚଳଚ୍ଚିତ୍ର ‘ବ୍ୟୁହମ୍’ ହେଉଛି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀଙ୍କ ବାୟୋପିକ୍, ଯେଉଁଥିରୁ ଦଳକୁ ନକ୍ରରାତ୍ମକ ଭାବେ ଦର୍ଶାଯାଇଛି । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବିବାଦ ।

ସିନେମା ‘ବ୍ୟୁହମ୍’ରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜାଶେଖର ରେଡ୍ଡୀଙ୍କ ଦେହାନ୍ତ ବେଳର ଘଟଣା ରହିଛି ଯେଉଁଥିରେ ନାଇଡୁଙ୍କ ଭାବମୂର୍ତି ଖରାପ କରିବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ହୋଇଛି । ତେବେ ସିନେମାଟି ୨୯ ଡିସେମ୍ବରରେ ରିଲିଜ ହେବାର ଥିଲା, ହେଲେ ହାଇକୋର୍ଟରେ ପିଟିସନ ଦାଖଲ ପରେ ତେଲେଙ୍ଗାନା ହାଇକୋର୍ଟ ଏଥିରେ ରୋକ ଲାଗାଇଛନ୍ତି । ଏଥିସହ ଫିଲ୍ମକୁ ସେନସର ବୋର୍ଡ ସାର୍ଟିଫିକେଟ୍ ମିଳିଥିଲେ ବି ଏହାକୁ ରଦ୍ଧ କରିଛନ୍ତିହାଇକୋର୍ଟ । ଏବେ ମାମଲାର ପରବର୍ତୀ ଶୁଣାଣୀ ଜାନୁୟାରୀ ୧୧ ତାରିଖ ଯାଏଁ ଘୁଂଚାଇଛନ୍ତି କୋର୍ଟ ।