ଗୁଜରାଟ ଗଲେ ମନ୍ତ୍ରୀ ନବଦାସ ହତ୍ୟାକାଣ୍ଡର ଅଭିଯୁକ୍ତ : ହତ୍ୟା ଘଟଣାର ରହସ୍ୟ ଜାଣିବା ପାଇଁ ଗୋପାଳ ଦାସଙ୍କର ହେବ ପଲିଗ୍ରାଫ ଓ ନାର୍କୋ ଟେଷ୍ଟ

150

କନକ ବ୍ୟୁରୋ : ଗୋପାଳଙ୍କର ହେବ ନାର୍କୋ, ପଲିଗ୍ରାଫ ଟେଷ୍ଟ । ଏଥିପାଇଁ ତାଙ୍କୁ ବିମାନରେ ଗୁଜରାଟ ନେଇଛନ୍ତି ତଦନ୍ତକାରୀ ଟିମ୍ । ଝାରସୁଗୁଡାରୁ ଭାୟା କୋଲକାତା ହୋଇ ଅହମ୍ମଦାବାଦ ଯାଇଛନ୍ତି ଅଭିଯୁକ୍ତ ଗୋପାଳ ଦାସ । ତେବେ ଅହମ୍ମଦାବାଦ ଯିବାବେଳେ ଝାରୁସୁଗୁଡା ଏୟାରପୋର୍ଟରେ କଏଦ ହୋଇଛି ନବ ଦାସଙ୍କ ହତ୍ୟାକାରୀ ବା ହତ୍ୟା ଅଭିଯୁକ୍ତଙ୍କ ହସର ଚିତ୍ର । ଗୋପାଳ ଦାସ ଜୋରରେ ହସୁଥିବାର ଚିତ୍ର ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି । ଖବରକାଗଜରେ ନିଜ ଫଟୋ ଦେଖି ଜୋରରେ ହସୁଛନ୍ତି ଗୋପାଳ ।

ଏ ହସ ଦେଖି ରହସ୍ୟ ଆହୁରି ବଢୁଛି ଓ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଗୋପାଳ ମୁହଁରେ ଅନୁତାପର ଚିତ୍ର ନାହିଁ,ଆତ୍ମବିଶ୍ୱାସର ସହ ଏୟାରୋପୋର୍ଟରେ ସୋଫାରେ ବସିଛନ୍ତି ଗୋପାଳ । ପାଖରେ କେହି ନାହାନ୍ତି, ଘରେ ବସି ଚାହା ପିଇଲା ଭଳି ସୋଫାରେ ବସି ହସୁଛନ୍ତି ଗୋପାଳ । ଏ ଦୃଶ୍ୟ ଦେଖିଲେ ଗୋଟିଏ ପ୍ରଶ୍ନ ମନକୁ ଆସୁଛି ଯେ ଗୋପାଳ ଡ୍ରାମା କରୁଛନ୍ତି କି । ସିନ୍ ରିକ୍ରିଏସନ୍ ବେଳେ ମଧ୍ୟ ଗୋପାଳଙ୍କ ମୁହଁରେ ଅନୁସୋଚନା ନଥିଲା । ଗତକାଲି ଗୋପାଳଙ୍କର ରିମାଣ୍ଡ ଅବଧି ଆହୁରି ୫ ଦିନ ବଢାଇଛନ୍ତି ଝାରସୁଗୁଡା ଜେଏମଏଫସି କୋର୍ଟ ।