ପୁଟିନଙ୍କ ବିରୋଧରେ ହୋଇପାରେ ସୈନ୍ୟ ବିଦ୍ରୋହ, ଋଷ କମାଣ୍ଡର ଦେଲେ ଚେତାବନୀ

231

କନକ ବ୍ୟୁରୋ : ଋଷ ସେନାର କମାଣ୍ଡର ଇଗୋର ଗିରକିନ୍ ଚେତବାନୀ ଦେଇଛନ୍ତି କି ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ବିରୋଧରେ ସୈନ୍ୟ ବିଦ୍ରୋହ ଆରମ୍ଭ ହୋଇପାରେ ଓ ଏହା ବେଗନର ଗ୍ରୁପ କରିପାରେ ବୋଲି ସେ ଚେତାବନୀ ଦେଇଛନ୍ତି । ଋଷର ଘରୋଇ ସେନା ବେଗନର ଗ୍ରୁପର ମୁଖ୍ୟ ୟେବେଗେନୀ ପ୍ରିଗୋଝିନ ଅଭିଯୋଗ କରିଛନ୍ତି କି ତାଙ୍କ ସେନାବାହିନୀକୁ ଋଷ ରାଷ୍ଟ୍ରପତି ପୁଟିନଙ୍କ ତରଫରୁ କୌଣସି ସହାୟତା ଯୋଗାଇ ଦିଆଯାଉ ନାହିଁ ।

ଗଣମାଧ୍ୟମ ରିପୋର୍ଟ ମୁତାବକ ଋଷ କମାଣ୍ଡର ଇଗୋର ଗିରକିନ କହିଛନ୍ତି କି, ପ୍ରିଗୋଝିନ ଋଷ ରକ୍ଷାମନ୍ତ୍ରଣାଳୟ ଉପରେ ସାର୍ବଜନୀକ ଭାବେ ଆଲୋଚନା କରିସାରିଛନ୍ତି । ଇଗୋର କହିଛନ୍ତି କି, ଯେଭଳି ଭାବେ ପ୍ରିଗୋଝିନ କହୁଛନ୍ତି ଏହି ମୋର୍ଚ୍ଚାରୁ ସେ ତାଙ୍କର ସେନାବାହିନୀକୁ ହଟାଇନେବେ । ଯଦି ସେ ହାଇ କମାଣ୍ଡଙ୍କ ବିନା ଅନୁମତିରେ ଏଭଳି କରନ୍ତି ତାହା ସିଧା ସଳଖ ଭାବେ ସୈନ୍ୟ ବିଦ୍ରୋହ ବୋଲି ଗଣନା କରାଯିବ । ଏହାସହ ପ୍ରିଗୋଝିନ ଏଭଳି କରନ୍ତି ତେବେ ଏହା ଋଷ ପାଇଁ ବିନାଶକାରୀ ବୋଲି ପ୍ରମାଣିତ ହେବ । ସେପଟେ ବେଗନର ଗ୍ରୁପର ପ୍ରମୁଖ ଖୋଲାଖୁଲି ଭାବେ ଋଷ ସେନା ନେତୃତ୍ୱଙ୍କ ବିରୋଧରେ ଆଲୋଚନା କରୁଛନ୍ତି ।

ସୂଚନା ଥାଉକି ଯେଉଁ ୟେବେଗେନୀ ପ୍ରିଗୋଝିନଙ୍କ ଉପରେ ଅଭିଯୋଗ ଆସୁଛି ସେ ଗୋଟିଏ ସମୟରେ ପୁଟିନଙ୍କ ଅତି ନିକଟତର ଥିଲେ । ଋଷର କଠୋରପନ୍ଥୀଙ୍କ ମଧ୍ୟରେ ପ୍ରିଗେଝିନ ନିଜର କଠୋର ପ୍ରତିଛବି ପାଇଁ ବେଶ୍ ଲୋକପ୍ରିୟ ରହିଛନ୍ତି । ହେଲେ ୟୁକ୍ରେନ ଯୁଦ୍ଧ ଏତେ ଦିନ ଧରି ଚାଲିବା ଫଳରେ ପୁଟିନଙ୍କୁ ସମାଲୋଚନା କରାଯାଉଥିବା କଥା କୁହାଯାଉଛି । ଏହାସହ ପ୍ରିଗୋଝିନ ଏବେ ଋଷର ଜଣେ ଶକ୍ତିଶାଳୀ ନେତା ଭାବେ ଆଗକୁ ଆସୁଛନ୍ତି ।