ଦେଶରେ କାଲିଠୁ ମାଗଣା ବୁଷ୍ଟର ଡୋଜ୍ : କିଏ ନେଇ ପାରିବେ ବୁଷ୍ଟର ଡୋଜ୍ ? କେମିତି ନେବେ ବୁଷ୍ଟର ଡୋଜ୍ ?

2,900

ଦେଶରେ କାଲିଠୁ ମାଗଣାରେ ଦିଆଯିବ ବୁଷ୍ଟର ଡୋଜ୍ । ୭୫ ଦିନ ପାଇଁ ସାରା ଦେଶରେ ମାଗଣାରେ ଟିକା ଦିଆଯିବ । ସମସ୍ତ ସରକାରୀ ହସ୍ପିଟାଲରେ ବୁଷ୍ଟର ଡୋଜ୍ ଦିଆଯିବ । ୧୮ରୁ ୫୯ ବୟସ ବର୍ଗର ଲୋକଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ । ଦେଶରେ ୧୮ରୁ ୫୯ ବର୍ଷ ବୟସ ବର୍ଗରେ ୭୭ କୋଟି ଲୋକ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ପ୍ରତିଶତରୁ କମ୍ ଲୋକ ବୁଷ୍ଟର ଡୋଜ୍ ନେଇଛନ୍ତି । ୧୬ କୋଟି ୮୦ ଲକ୍ଷ ୬୦ ବର୍ଷରୁ ଅଧିକ ଓ ଆଗଧାଡିର କର୍ମୀ ଅଛନ୍ତି । ଏମାନଙ୍କ ମଧ୍ୟରୁ ୨୬ ପ୍ରତିଶତ ବୁଷ୍ଟର ଡୋଜ୍ ନେଇଛନ୍ତି ।

କିଏ ନେଇ ପାରିବେ ବୁଷ୍ଟର ଡୋଜ୍ ?

– ୧୮ ବର୍ଷରୁ ଅଧିକ ବୟସ ହୋଇଥିଲେ ବୁଷ୍ଟର ଡୋଜ୍ ନେଇହେବ
– ନିକଟରେ କେନ୍ଦ୍ର ସରକାର ବୁଷ୍ଟର ଡୋଜର ସମୟସୀମା ୯ରୁ ୬ ମାସ କରିଛନ୍ତି
– ଅର୍ଥାତ୍ ଦ୍ୱିତୀୟ ଡୋଜ୍ ନେବାର ୬ ମାସ ପୁରଣ ହୋଇଥିଲେ ବୁଷ୍ଟର ଡୋଜ୍ ନେଇହେବ
– ପ୍ରଥମେ କେବଳ ବୟସ୍କ ଲୋକଙ୍କୁ ବୁଷ୍ଟର ଡୋଜ୍ ଦିଆଯାଉଥିଲା
– ପରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତେ ବୁଷ୍ଟ ଡୋଜ୍ ନେଇପାରିବେ ବୋଲି ଘୋଷଣା ହୋଇଥିଲା
– ପୂର୍ବରୁ ବୁଷ୍ଟର ଡୋଜର ଦାମ୍ ୩୫୦ରୁ ୩୭୫ ଟଙ୍କା ରଖାଯାଇଥିଲା

କେମିତି ନେବେ ବୁଷ୍ଟର ଡୋଜ୍ ?

– କରୋନାର ଯିଏ ଯେଉଁ ଭ୍ୟାକ୍ସିନ୍ ନେଇଥିବେ ସେହି ଭ୍ୟାକ୍ସିନରେ ବୁଷ୍ଟର ଡୋଜ୍ ନେବେ
– ଯଦି କୋଭାକ୍ସିନର ଦୁଇଟି ଡୋଜ୍ ନେଇଥିବେ, ତେବେ କୋଭାକ୍ସିନର ବୁଷ୍ଟର ଡୋଜ୍ ନେବେ
– କୋଭିସିଲ୍ଡର ଦୁଇଟି ଡୋଜ୍ ନେଇଥିଲେ କୋଭିସିଲ୍ଡର ବୁଷ୍ଟର ଡୋଜ୍ ନେବାକୁ ହେବ
– କୋ-ୱିନ୍ ଆପରେ ପୂର୍ବରୁ ରେଜିଷ୍ଟର କରିଥିଲେ ବୁଷ୍ଟର ଡୋଜ୍ ପାଇଁ ମେସେଜ୍ ଆସିବ
– ସେଲ୍ଫରେଜିଷ୍ଟ୍ରେସନ୍.କୋୱିନ୍.ଗୋଭ୍.ଇନରେ ଯାଇ ସ୍ଲଟ ବୁକ୍ କରାଯାଇପାରିବ