ମହାରାଷ୍ଟ୍ରରେ ସିନ୍ଦେ ସରକାରଙ୍କ ବଡ଼ ନିଷ୍ପତ୍ତି । କମିଲା ପେଟ୍ରୋଲ ଓ ଡିଜଲ ଦର

752

କନକ ବ୍ୟୁରୋ : ସରକାରକୁ ଆସିବା ପରେ ମହରାଷ୍ଟ୍ର କ୍ୟାବିନେଟରେ ଏକନାଥ ସିନ୍ଦେଙ୍କ ବଡ଼ ନିଷ୍ପତ୍ତି । ମହାରାଷ୍ଟ୍ରରେ ଶସ୍ତା ହେଲା ପେଟ୍ରୋଲ-ଡିଜେଲ ଦର । ପେଟ୍ରୋଲ ଲିଟର ପ୍ରତି ୫ଟଙ୍କା, ଡିଜେଲ ଲିଟର ପ୍ରତି ୩ଟଙ୍କା କମିଛି । ତେଲ ଦର କମିବା ନେଇ ପ୍ରଥମରୁ ସିନ୍ଦେ ସରକାର ନିଷ୍ପତ୍ତି ନେଇଥିଲେ । କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହର ବାଜିଛି ।

ଦେଢ଼ମାସ ପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଦର କମାଇଥିଲେ । କେନ୍ଦ୍ର ସରକାର ପେଟ୍ରୋଲରୁ ୮ଟଙ୍କା ଓ ଡିଜେଲ ଉପରୁ ୬ ଟଙ୍କା ଏକ୍ସସାଇଜ ଡ୍ୟୁଟି ହ୍ରାସ କରିଥିଲେ । ଏହା ପରେ ମହାରାଷ୍ଟ୍ର ସରକାର ପେଟ୍ରୋଲ ଉପରୁ ୨ଟଙ୍କା ୮ ପଇସା, ଡିଜେଲ ଲିଟର ପ୍ରତି ୧ ଟଙ୍କା ୪୪ ପଇସା ଭ୍ୟାଟ କମ କରିଥିଲେ । ଏବେ ପୁଣି ଥରେ ନୂଆ ସରକାର ଆସିବା ପରେ ତେଲ ଦର କମାଇଛନ୍ତି ସିନ୍ଦେ ସରକାର ।