କ୍ରିକେଟକୁ ନେଇ ରାଜନୀତି । ବିସିସିଆଇର ମଙ୍ଗ ଧରିଲେ ରୋଜର ବିନ୍ନି , ପୁଣି ସମ୍ପାଦକ ହେଲେ ଜୟ ଶାହ

282

କନକ ବ୍ୟୁରୋ : କ୍ରିକେଟକୁ ନେଇ ରାଜନୀତି ଭିତରେ ବିଶ୍ୱକପ ବିଜେତା ରୋଜର ବିନ୍ନି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ୩୬ ତମ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତିି । ମଙ୍ଗଳବାର ମୁମ୍ବାଇରେ ବିଶ୍ୱର ସବୁଠୁ ଧନୀ କ୍ରିକେଟ ବୋର୍ଡ ବିସିସିଆଇର ବୈଠକ ବସିଥିଲା । ଯେଉଁଥିରେ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇ ୬୭ ବର୍ଷିୟ ରୋଜର ବିନ୍ନି ବିସିଆଇର ନୂଆ ସଭାପତି ହୋଇଛନ୍ତି । ହେଲେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ ଦ୍ୱିତୀୟ ଥର ପାଇଁ ବିସିସିଆଇର ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଏଥିସହ କୋଷାଧ୍ୟକ୍ଷ ଆଶିଷ ସେଲର, ଉପ-ସଭାପତି ରାଜୀବ ଶୁକ୍ଳା ଏବଂ ଯୁଗ୍ମ ସଚିବ ଦେଭିଜିତ୍ ସାଇକିଆ ବିନା ଦ୍ୱିଧାରେ ନିର୍ବାଚିତ ହୋଇଛନ୍ତି ।

ରୋଜର ବିନ୍ନିଙ୍କ ଅଭିଜ୍ଞତା
-ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର
-ଦିନିକିଆରେ ୭୨ଟି ମ୍ୟାଚ ଖେଳି ୭୭ ୱିକେଟ ନେବା ସହ ୬୨୯ ରନ କରିଛନ୍ତି
-ଟେଷ୍ଟରେ ୨୭ଟି ମ୍ୟାଚ ଖେଳି ୪୭ ୱିକେଟ ନେବା ସହ ୮୩୦ ରନ କରିଛନ୍ତି
-୨୦୦୦ ମସିହାର ୧୯ ବର୍ଷରୁ କମ୍ ବିଶ୍ୱକପ ବିଜେତା ଭାରତୀୟ ଟିମର କୋଚ ଥିଲେ
-ବେଙ୍ଗଲ କ୍ରିକେଟ ଟିମର କୋଚ୍ ଥିଲେ
-ଜାତୀୟ ଚୟନକାରୀ ଦଳର ସଦସ୍ୟ ଥିଲେ
ବାଇଟ-ସୌରଭ ଗାଙ୍ଗୁଲୀ, ପୂର୍ବତନ ଅଧ୍ୟକ୍ଷ, ବିସିସିଆଇ–ଲାଇଭ-୨୯
ବାଇଟ-ମହମ୍ମଦ ଆଝାରୁଦ୍ଧିନ,ପୂର୍ବତନ ଭାରତୀୟ କ୍ରିକେଟର—ଲାଇଭ-୨୫

କିଛି ଦିନ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ଗସ୍ତ ସମୟରେ ଗାଙ୍ଗୁଲିଙ୍କ ଘରେ ରାତ୍ରିଭୋଜନ କରିଥିଲେ । ଯାହାର ଏକ ଫଟୋ ପରେ ଭାଇରାଲ ହୋଇଥିଲା ଏବଂ ଚର୍ଚ୍ଚା ଜୋର ଧରିଲା ଯେ, ଦାଦା ଖୁବଶିଘ୍ର ବିଜେପି ଯୋଗଦେଉଛନ୍ତି । କିନ୍ତୁ ନା ଦାଦା ବିଜେପିରେ ମିଶିଲେ ନା କେବେ ଟିଏମସି ବିରୋଧରେ କିଛି କହିଲେ । ଯେଉଁଥିପାଇଁ ବର୍ତମାନ ସମୟରେ ହଟହଟା ହେଲେ ଗାଙ୍ଗୁଲି । ଯିଏ ବିସିସିଆଇର ସଭାପତି ଥିଲେ ତାଙ୍କୁ ବୈଠକରେ ଆଇପିଏଲ ଅଧ୍ୟକ୍ଷ ହେବାକୁ କୁହାଯାଇଥିଲା । ହେଲେ ଏହାକୁ ରୋକଠୋକ୍ ମନା କରିଦେଇଥିଲେ ଗାଙ୍ଗୁଲି । ଏପଟେ ଆସନ୍ତା ମାସରେ ହେବାକୁ ଥିବା ଆଇସିସି ଅଧ୍ୟକ୍ଷ ନିର୍ବାଚନ ପାଇଁ ବୈଠକ କୌଣସି ଆଲୋଚନା ହୋଇନାହିଁ । ଏପଟେ ବିସିସିଆଇର କୋଷାଧ୍ୟକ୍ଷ ଥିବା ଅୁରଣ ଧୁମଲ ଆଇପିଏଲର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।

ଆଇସିସି ଅଧ୍ୟକ୍ଷ ପାଇଁ ନାମ ସୁପାରିଶ କରିବାକୁ ଆଉ ଦୁଇ ଦିନ ସମୟ ରହିଥିବା ବେଳେ ବିସିସିଆଇ କାହା ନାମ ସୁପାରିଶ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।