ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ଝଟକା । ଗୁଜରାଟ କଂଗ୍ରେସର ବଡ଼ ନେତା ରୋହନ ଗୁପ୍ତା ବିଜପିରେ ସାମିଲ

113

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ହାତ ଛାଡି ପଦ୍ମ ଧରିଲେ ଗୁଜରାଟର ପୂର୍ବତନ କଂଗ୍ରେସ ନେତା ରୋହନ ଗୁପ୍ତା । କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ରୋହନ । ସନାତନ ଧର୍ମକୁ ଅପମାନ ଏବଂ ଜଣେ ବରିଷ୍ଠ ନେତା ତାଙ୍କୁ ଅପମାନ କରୁଥିବା ଅଭିଯୋଗ କରି ନିକଟରେ କଂଗ୍ରେସ ଛାଡିଥିଲେ ରୋହନ । ରୋହନଙ୍କୁ ଅହମ୍ମଦାବାଦ ପୂର୍ବ ଲୋକସଭା ଆସନରୁ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିଲା । ତେବେ ନିଜ ପିତାଙ୍କ ସ୍ୱାସ୍ଥ୍ୟ ପାଇଁ ସେ ନିର୍ବାଚନ ଲଢିବାକୁ ମନା କରିଥିଲେ । ଏବେ ବିଜେପିରେ ସାମିଲ ହେବା ପରେ ବିଜେପି ତାଙ୍କୁ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ଗୌରବ ବଲ୍ଲଭ ମଧ୍ୟ କଂଗ୍ରେସକୁ ସନାତନ ଧର୍ମ ବିରୋଧୀ କହି ଦଳ ଛାଡିଥିଲେ ।