ଚୀନରେ ଭୟ ବଢ଼ାଇଲାଣି ମାରତ୍ମାକ କାଶ । ଦୁଇ ମାସରେ ୩୨ ହଜାରରୁ ଅଧିକ ମମଲା ଚିହ୍ନଟ, ୧୩ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ

122

କନକ ବ୍ୟୁରୋ : ଚୀନରେ ଭୟ ବଢ଼ାଇଲାଣି ମାରତ୍ମାକ କାଶ । ଦ୍ରୁତ ଗତିରେ ମାରାତ୍ମକ କାଶରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିଚାଲିଛି । ଦୁଇ ମାସରେ ୩୨ ହଜାରରୁ ଅଧିକ ମମଲା ଚିହ୍ନଟ । ଚୀନର ଜାତୀୟ ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ ସଂସ୍ଥା କହିଛି ଯେ, ଜାନୁଆରୀ ଓ ଫେବ୍ରୁଆରୀରେ ଦେଶରେ ୩୨ ହଜାର ୩୮୦ ମମଲା ଚିହ୍ନଟ ହୋଇଛନ୍ତି । ଗତବର୍ଷ ଏହି ସମୟରେ ମାତ୍ର ୧ ହଜାର ମାମଲା ଚିହ୍ନଟ ହୋଇଥିଲା । ଏବେ ମାରାତ୍ମକ କାଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଏଯାଏଁ ୧୩ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ମାରାତ୍ମକ କାଶକୁ ରୋକିବାକୁ ଚୀନ୍ ସରକାରଙ୍କ ପକ୍ଷରୁ ମାଗଣା ବଟିକା ଦିଆଯାଉଛି । ହେଲେ ଏବେ ଏହା ଫଳପ୍ରଦ ହେଉନଥିବା ଅଭିଯୋଗ ହୋଇଛି ।