ବନ ଅଧିକାରୀଙ୍କୁ ଶିକାରୀ ମାରିଲେ ଗୁଳି । ଦୁଇ ଜଣ ଆହତ

141

କନକ ବ୍ୟୁରୋ : ବାଲେଶ୍ୱର ନୀଳଗିରି ସ୍ଥିତ କୁଳଡିହା ଅଭୟାରଣ୍ୟରେ ଶିକାରୀଙ୍କ ଦୌରାତ୍ମ୍ୟ । ପାଟ୍ରୋଲିଂ ବେଳେ ବନ ଅଧିକାରୀଙ୍କୁ ଶିକାରୀ ମାରିଲେ ଗୁଳି । ପୁଞ୍ଚୁଲିଙ୍ଗେଶ୍ୱରର ଫରେଷ୍ଟଗାର୍ଡ ସିଂରାୟ ହେମ୍ରମଙ୍କ ସହିତ ପାଟ୍ରୋଲିଂ କରୁଥିବା ଦୁଇ ଜଣ ସବୁଜ ବାହିନୀ ଖୀତିଶ ପରିଡା ଓ ବିରଞ୍ଚି ଜେନା ଆହତ । ଖୀତିଶ ଓ ବିରଞ୍ଚି ଗୁରୁତର ରହିଛନ୍ତି ।

ପ୍ରଥମେ ବାଲେଶ୍ୱର ଡାକ୍ତରଖାନା ପରେ ଏହି ଦୁଇ ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଫରେଷ୍ଟଗାର୍ଡ ସିଂରାୟ ହେମ୍ରମ କିନ୍ତୁ ଅଳ୍ପକେ ବର୍ତିଯାଇଛନ୍ତି । ଏହି ମାମଲାରେ ବନ ବିଭାଗ ତଦନ୍ତ କରୁଛି । ପ୍ରାଥମିକ ଭାବେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ନିକଟରେ ଶିମିଳିପାଳରେ ଶିକାରୀଙ୍କ ଦୌରାତ୍ମ୍ୟ ଦେଖାଦେଇଥିଲା । ଏହାପରଠୁ ବନ ଅଧିକାରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି ।