ମୋଦିଙ୍କ ବାସଭବନରେ ନିଆଁ । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା । ନିଆଁକୁ ଆୟତ୍ତ କଲା ୭ଟି ଦମକଳ ବାହିନୀ

523

କନକ ବ୍ୟୁରୋ: ମୋଦିଙ୍କ ବାସଭବନରେ ଲାଗିଲା ନିଆଁ । ଦିଲ୍ଲୀ ସେଭେନ ଲୋକ କଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନିଆଁ ଲାଗିଲା । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି ।

ତେବେ ଆସି ସନ୍ଧ୍ୟା ୭ଟା ୨୫ ମିନିଟରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନିଆଁ ଲାଗିଥିଲା । ଏସପିଜି ରିସେପସନ ଅଞ୍ଚଳରେ ନିଆଁ ଲାଗିଥିବା ଖବର ପାଇ ସାଙ୍ଗେ ସାଙ୍ଗେ ଦମକଳ ବାହିନୀ ପହଞ୍ଚିଥିଲା । ତେବେ ୭ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲା ।

ସେପଟେ ଅଳ୍ପ ନିଆଁ ଲାଗିଥିବାରୁ ବାସଭବନରେ କୌଣସି କ୍ଷୟକ୍ଷତି ହୋଇନି । ଘଟଣା ପରେ ବାସଭବନ ଆଗରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।