ହାଇଟେକ ହସ୍ପିଟାଲରେ ଲାଗିଲା ନିଆଁ! ତୁରନ୍ତ ନିଆଁକୁ କାବୁ କଲେ ହସ୍ପିଟାଲ କର୍ତ୍ତୃପକ୍ଷ ।

114

କନକ ବ୍ୟୁରୋ : ଭୁବନେଶ୍ୱର ହାଇଟେକ ହସ୍ପିଟାଲରେ ଲାଗିଲା ନିଆଁ । ହାଇଟେକ ହସ୍ପିଟାଲର ଦ୍ୱିତୀୟ ମହଲାରେ ଲାଗିଥିଲା ନିଆଁ । ତେବେ ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ତେବେ ନିଆଁ ଲାଗିଥିଲେ ମଧ୍ୟ ରୋଗୀଙ୍କର କୌଣସି ଅସୁବିଧା ହୋଇନଥିବା କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।

ମିଳିଥିବା ସୂଚନା ମୁତାବକ, ହାଇଟେକ ହସ୍ପିଟାଲର ଦ୍ୱିତୀୟ ମହଲାର ୧୦୬ ନମ୍ବର କ୍ୟାବିନରେ ନିଆଁ ଲାଗିଥିଲା । ତେବେ ନିଆଁ ଲାଗିଥିବା ସମୟରେ କୌଣସି ରୋଗୀ ସେଠାରେ ନଥିଲେ ବୋଲି ସୂଚନା ମିଳିଛି । ତେବେ ଦ୍ୱିତୀୟ ମହଲାରୁ ଧୂଆଁ ବାହାରୁଥିବାର ଦେଖି କିଛି ସମୟ ଆତଙ୍କିତ ହୋଇଥିଲେ ରୋଗୀ ।