ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ : ଚୋରି ରୋକିବାକୁ ସରକାରଙ୍କ ବଡ ପଦକ୍ଷେପ । ଜାଣନ୍ତୁ କଣ ଲାଭ ଓ କଣ କ୍ଷତି?

364

କନକ ବ୍ୟୁରୋ: ଏଣିକି ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ । କେନ୍ଦ୍ର ସରକାରଙ୍କ ମୋଟର ଭେହିକିଲ୍ ନିୟମ ଅନୁସାରେ ଏହା କରାଯାଇଛି । ଓଡ଼ିଶା ସରକାର ମଧ୍ୟ ଏହି ନିୟମକୁ କଡ଼ାକଡ଼ି କରିଛନ୍ତି । ନୂଆ, ପୁରୁଣା ସମସ୍ତ ଗାଡ଼ିରେ ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୧୯, ଏପ୍ରିଲ୍ ୧ ତାରିଖରୁ ପଞ୍ଜିକୃତ ସମସ୍ତ ଗାଡ଼ି ଗୁଡ଼ିକ ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ବ୍ୟବହାର କରିଆସୁଛନ୍ତି । ତେବେ ୨୦୧୯, ଏପ୍ରିଲ୍ ୧ ତାରିଖ ପୂର୍ବରୁ ପଞ୍ଜିକୃତ ଗାଡ଼ିଗୁଡ଼ିକ ମଧ୍ୟ ଏହି ପ୍ଲେଟ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ଡିସେମ୍ବର ସୁଦ୍ଧା ରାଜ୍ୟର ସମସ୍ତ ଗାଡ଼ିରେ ନୂଆ ନମ୍ବର ପ୍ଲେଟ୍ ଲଗାଇବାକୁ ବାଧ୍ୟତାମୂଳକ କରଯାଇଛି । ପୁରୁଣା ଗାଡ଼ିର ହାଇ ସିକ୍ୟୁରିଟି ନମ୍ବର ଓ ରଙ୍ଗୀନ ଷ୍ଟିକର୍ ଥିବା ନମ୍ବର ପ୍ଲେଟ୍ ପାଇଁ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ଅନଲାଇନ୍ ସେବା ଆରମ୍ଭ ହୋଇଛି । ଜୁନ୍ ୧ ତାରିଖରୁ ଏହି ସେବା ଆରମ୍ଭ ହେବ ।

କାହିଁକି ଜରୁରୀ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍?
– ପୁରୁଣା ନମ୍ବର ପ୍ଲେଟକୁ ଜାଲିଆତି କରିବା ଓ ଅପବ୍ୟବହାର କରିବା ସହଜ ହୋଇଥାଏ
– ତେବେ ଏଚଏସଆରପି ପ୍ଲେଟ୍ ଗୁଡ଼ିକ ନନ୍-ରିମୁଭେବୁଲ ସ୍ନାପ-ଲକ୍ ସହ ଆସିଥାଏ ଏବଂ ଏହାକୁ ବଦଳାଇବା ଅସମ୍ଭବ
– ଏଚଏସଆରପିରେ ଏକ କେନ୍ଦ୍ରୀୟ ଡାଟାବେସ୍ ବିଶିଷ୍ଟ ଇଞ୍ଜିନ ନମ୍ବର ଓ ଚେସିସ୍ ନମ୍ବର ଭଳି ବିବରଣୀ ରହିଥାଏ
– ୧୦ ଅଙ୍କ ବିଶିଷ୍ଟ ପିନ୍ ସହିତ ଗଚ୍ଛିତ ତଥ୍ୟ ଚୋରି ହୋଇଥିବା ଗାଡିକୁ ଚିହ୍ନଟ କରିବାରେ ସାହାଯ୍ୟ କରିଥାଏ
– ପୁରୁଣା ନମ୍ବର ପ୍ଲେଟ୍ ଗୁଡ଼ିକ ଭିନ୍ନଭିନ୍ନ ଫଂଟ ଓ ଷ୍ଟାଇଲର ହୋଇଥାଏ
– ଫଳରେ ଚଳନ୍ତା ଗାଡ଼ିର ରେଜିଷ୍ଟ୍ରେସନ୍ ନମ୍ବରକୁ ଚିହ୍ନଟ କରିବାରେ ଟ୍ରାଫିକ୍ ପୋଲିସକୁ ସମସ୍ୟା ହୋଇଥାଏ
– କିନ୍ତୁ ଏଚଏସଆରପି ରେଜିଷ୍ଟ୍ରେସନ୍ ପ୍ଲେଟରେ ୟୁନିଫାଏଡ ଫଂଟଓ ଷ୍ଟାଇଲ୍ ରହିବ, ଯାହାକୁ ପଢ଼ିବା ସହଜ ହେବ

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ କ’ଣ?
– ଏହି ନମ୍ବର ପ୍ଲେଟ୍ ଆଲୁମିନିୟମରେ ତିଆରି
– ନମ୍ବର ପ୍ଲେଟକୁ ଜାଲିଆତି କରିହେବନି
– ଏଥିରେ ଦୁଇଥର ବ୍ୟବହାର ଯୋଗ୍ୟ ଲକ୍ ରହିଛି
– ନମ୍ବର ପ୍ଲେଟର ବାମପଟେ କ୍ରୋମିୟମ ଆଧାରିତ ଅଶୋକ ଚକ୍ର ରହିବ, ଯେଉଁଥିରେ ଓଘଊ ବା ଇଣ୍ଡିଆ ଲେଖା ରହିବ
– ଗାଡ଼ି ଚିହ୍ନଟ ନମ୍ବର ଲେଜର୍ ଏନକୋଡ୍ ହେବ
– ଏହାକୁ ସ୍କାନ୍ କରିବା ସହଜ ଏବଂ ଜାଲିଆତି କରିବା କଷ୍ଟକର