ଗାଡି ସାଇଡ୍ କରିବାକୁ ନେଇ ତୁମୁଳକାଣ୍ଡ ।  ସ୍କୁଟି ଚାଳକକୁ ନିର୍ଦ୍ଧୁମ ପିଟିଲେ କାରଚାଳକ । ହାତ ବାନ୍ଧି ଥାନାକୁ ନେଲା ପୋଲିସ

201

କନକ ବ୍ୟୁରୋ: ମଝି ରାସ୍ତାରେ ମାରପିଟ୍ । ସାମାନ୍ୟ ଗାଡ଼ି ସାଇଡ୍ କରିବାକୁ କେନ୍ଦ୍ର କରି ଜଣେ ସ୍କୁଟି ଚାଳକଙ୍କୁ ନିର୍ଧୁମ ପିଟିଛନ୍ତି ଦୁଇ ଜଣ ଦୁବୃର୍ତ୍ତ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ତନିସ୍କ ସୋ ରୁମ୍ ନିକଟ କ୍ରସିଂ ପାଖରେ ଘଟିଛି ଏହି ମାଡ଼ପିଟ୍ । ପ୍ରବଳ ଗହଳି ଭିତରେ ଗାଡ଼ି ସାଇଟ୍ କରିବାକୁ ନେଇ ଏହି ଗଣ୍ଡଗୋଳ ହୋଇଥିଲା । ସ୍କୁଟି ଚାଳକ ସାଇଡ୍ ଦେଉନଥିବା ଦେଖି, ଅଚାନକ୍ କାର ଭିତରୁ ବାହାରି ଆସିଥିଲେ ଦୁଇ ଯୁବକ । ଆଉ ରାସ୍ତା ଉପରେ ତାଙ୍କୁ ମାଡ଼ ମାରିଥିଲେ । ଏଥିରେ ସ୍କୁଟି ଚାଳକ ରମେଶ ପଣ୍ଡା ନାମକ ଜଣେ ବ୍ୟକ୍ତି ଲହୁଲୁହାଣ ହୋଇଯାଇଛନ୍ତି । ଛାଡ଼ିବାକୁ ଯେତେ କହୁଥିଲେ ମଧ୍ୟ ଦୁର୍ବୃତ୍ତ ତାଙ୍କୁ ମାରିଚାଲିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ଚନ୍ଦ୍ରଶେଖର ପୁଲିସ୍ ପହଂଚି, ଦୁର୍ବୃତ୍ତଙ୍କୁ କାବୁ କରିବା ସହ ହାତ ବାନ୍ଧି ଥାନାକୁ ନେଇଛି । ସେହିପରି ସ୍କୁଟି ଚାଳକଙ୍କୁ ମଧ୍ୟ ଥାନାକୁ ନିଆଯାଇଛି ।