ବାପା, ମା’ ପିଲା ସମସ୍ତଙ୍କ ଜନ୍ମଦିନ ଗୋଟିଏ ଦିନରେ । ବିଶ୍ୱ ରେକର୍ଡରେ ସ୍ଥାନ ପାଇଛି ପରିବାର

840

କନକ ବ୍ୟୁରୋ: ପରିବାରର ଦୁଇ ୩ ଜଣଙ୍କ ଜନ୍ମ ଦୈବାତ୍ ଗୋଟିଏ ଦିନରେ ହେବା ସମ୍ଭବ ହୋଇପାରେ । କିନ୍ତୁ ଗୋଟିଏ ପରିବାରର ବାପା, ମା’ ଓ ସବୁ ପିଲାମାନଙ୍କ ଜନ୍ମଦିନ ଗୋଟିଏ ଦିନରେ ପଡିବା ଅଶ୍ଚର୍ଯ୍ୟକର ନିଶ୍ଚୟ । ହେଲେ ଏହା ସତ । ପାକିସ୍ତାନରେ ରହିଛି ଏଭଳି ଏକ ପରିବାର ଯାହାର ବାପା, ମା’ ଓ ୭ଟି ପିଲାଙ୍କ ଜନ୍ମ ଦିନ ଗୋଟିଏ ତାରିଖରେ ପଡେ । ଏହି ପରିବାର ବିଶ୍ୱ ରେକର୍ଡରେ ସ୍ଥାନ ପାଇପାରିଛି ।

ପାକିସ୍ତାନର ଲରକାନାରେ ରହୁଥିବା ଏହି ପରିବାରର ନାଁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ନିଜେ ଗିନିଜ୍ ୱାର୍ଲ୍ଡ ରେକର୍ଡ ପକ୍ଷରୁ ଏହି ପରିବାରର କାହାଣୀ ସେୟାର କରାଯାଇଛି । ୯ ସଦସ୍ୟ ବିଶିଷ୍ଟ ଏହି ପରିବାରରେ ସମସ୍ତଙ୍କ ଜନ୍ମଦିନ ଗୋଟିଏ ମାସ ଗୋଟିଏ ତାରିଖରେ ପଡେ । ବାପା, ମା’ ଓ ୭ ପୁଅ ଝିଅଙ୍କ ଜନ୍ମିଦନ ଅଗଷ୍ଟ ୧ ତାରିଖରେ ପଡେ । ତେଣୁ ସମସ୍ତେ ଗୋଟିଏ ଦିନରେ ଏକାଠି ମିଶି ଜନ୍ମଦିନକୁ ସେଲିବ୍ରେଟ୍ କରନ୍ତି ।

ସୂଚନା ଅନୁସାରେ ଏହି ପରିବାରର ମୁଖ୍ୟ ହେଉଛନ୍ତି ଅମୀର ଅଲି, ତାଙ୍କ ପତ୍ନୀ ଖୁଦେଜା ଓ ତାଙ୍କରୀ ୭ଜଣ ପୁଅ ଝିଅ ଅଛନ୍ତି । ୭ ପିଲାଙ୍କ ମଧ୍ୟର ସାନ ପିଲା ୨ ଜଣ ଯାଆଁଳା । ସମସ୍ତେ ଭିନ୍ନ ଭିନ୍ନ ବର୍ଷରେ ହେଲେ ବି ଗୋଟିଏ ମାସ ସମାନ ତାରିଖରେ ଜନ୍ମଗ୍ରହଣ କରିଛନ୍ତି ।

ଏହି ରେକର୍ଡ ପୂର୍ବରୁ ଆମେରିକାର ଏକ ପରିବାର ନାଁରେ ଥଲା ଯେଉଁ ପରିବାରରେ ୫ଜଣ ସନ୍ତାନଙ୍କ ଜନ୍ମଦିନ ଗୋଟିଏ ମାସ ସମାନ ତାରିଖରେ ହୋଇଥିଲା । ଏହି ପରିବାର ପରେ ଏବେ ପାକିସ୍ତାନର ଏହି ପରିବାର ଏପରି ବିରଳ ରେକର୍ଡ ସ୍ଥାପନ କରିଛି ।