ଫେସବୁକ୍ ସର୍ଭର ଡାଉନ୍ । ଆପେ ଆପେ ଲଗ୍ ଆଉଟ୍ ହେଲା କି ଆପଣଙ୍କ ଫେସବୁକ୍ ?

528

କନକ ବ୍ୟୁରୋ: ଆପେ ଆପେ ଲଗ୍ ଆଉଟ୍ ହେଇଯାଇଛି କି ଆପଣଙ୍କ ଫେସବୁକ୍ ଆକାଉଣ୍ଟ? ଫେସବୁକ୍ ଲଗ୍ ଇନ୍ କରିବାରେ ଅସୁବିଧା ହେଉଛି କି ? ତେବେ ବିଲକୁଲ୍ ବ୍ୟସ୍ତ ହୁଅନ୍ତୁ ନାହିଁ । ଫେସବୁକ୍ ସର୍ଭର ଡାଉନ୍ ଥିବା ହେତୁ, ଆପଣଙ୍କ ମୋବାଇଲରେ ଏଭଳି କିଛି ଅସୁବିଧା ଦେଖାଦେଇଛି । ମଙ୍ଗଳବାର ରାତି ପ୍ରାୟ ୯ଟା ସମୟରେ ଅନେକ ଲୋକଙ୍କ ମୋବାଇଲରେ ଏହି ଅସୁବିଧା ଦେଖିବାକୁ ମିଳିଛି । ତେବେ ମିଳିଥିବା ସୂଚନା ମୁତାବକ, ଫେସବୁକ୍ ସର୍ଭର ଡାଉନ୍ ଥିବା ହେତୁ, ଏଭଳି ସମସ୍ୟା ଉପୁଜିଛି । ତେବେ ମେଟା ତରଫରୁ ଏ ସମ୍ପର୍କରେ କୌଣସି ବି ବିଧିବଦ୍ଧ ସୂଚନା ଦିଆଯାଇନି, ଏବଂ କେବେ ଏହି ସମସ୍ୟାର ସମାଧାନ ହେବ, ସେନେଇ ମଧ୍ୟ କୌଣସି ସୂଚନା ଦିଆଯାଇନି । ତେବେ କିନ୍ତୁ ତୁରନ୍ତ ଏହି ସମସ୍ୟାର ସମାଧାନ ହେଇଯିବ ବୋଲି ସାଇବର୍ ଏକ୍ସପର୍ଟମାନେ ଅନୁମାନ କରୁଛନ୍ତି ।