ବିଶ୍ୱ ପାଣିପାଗ ସଂଗଠନର ପୂର୍ବାନୁମାନ: ଏଲିନିନୋ ଦୁର୍ବଳ ସତ୍ୱେ ମାର୍ଚ୍ଚରୁ ମେ ମାସ ମଧ୍ୟରେ ସ୍ୱାଭାବିକ ଠାରୁ ଅଧିକ ରହିବ ତାପମାତ୍ରା ।

231

କନକ ବ୍ୟୁରୋ: ବିଶ୍ୱ ପାଣିପାଗ ସଂଗଠନର ପୂର୍ବାନୁମାନ ଚିନ୍ତା ବଢ଼ାଇଛି । ସଂଗଠନ କହିଛି, ଏଲନିନୋ ଦୁର୍ବଳ ଥିବା ସତ୍ୱେ ତାପମାତ୍ରା ଅଧିକ ରହିବ । ବିଶେଷକରି ମାର୍ଚରୁ ମେ ମାସ ମଧ୍ୟରେ ସମସ୍ତ ସ୍ଥଳଭାଗରେ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ ବୋଲି ପୂର୍ବାନୁମାନ କରାଯାଇଛି । ମାର୍ଚ୍ଚରୁ ମେ ମାସ ଭିତରେ ଏଲନିନୋର ପ୍ରଭାବ ବଳବତର ରହିବାର ପ୍ରାୟ ୬୦ ପ୍ରତିଶତ ସମ୍ଭାବନା ଅଛି । ସେହିପରି ଏପ୍ରିଲରୁ ଜୁନ୍ ଭିତରେ ନିରପେକ୍ଷ ସ୍ଥିତି ଅର୍ଥାତ୍ ଏଲନିନୋ କିମ୍ବା ଲାନିନା ଆସିବାର ୮୦ ପ୍ରତିଶତ ସମ୍ଭାବନା ରହିଛି । ଏ

ଏଲନିନୋ ସାଧାରଣ ଭାବେ ପ୍ରତି ୨ରୁ ୭ବର୍ଷ ପର୍ଯ୍ୟନ୍ତ ହୁଏ, ଆଉ ଏହା ୯ରୁ ୧୨ ମାସ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିଥାଏ । ଏଲନିନୋ ଏକ ପ୍ରାକୃତିକ ଜଳବାୟୁ ଢାଞ୍ଚା । ଏହା କେନ୍ଦ୍ରୀୟ ଏବଂ ପୂର୍ବ ଗ୍ରୀଷ୍ମମଣ୍ଡଳୀୟ ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠର ଉଷ୍ମତା ସହ ଜଡ଼ିତ । ଏହା ପୃଥିବୀର ବିଭିନ୍ନ ସ୍ଥାନରେ ପାଣିପାଗ ଓ ଝଡ଼ର ଢାଞ୍ଚାକୁ ପ୍ରଭାବିତ କରିଥାଏ ।