ରାସ୍ତା ଖରାପ ଯୋଗୁ, ସହର ସାରା ଧୂଆଁରେ ଭର୍ତ୍ତି । ବାରମ୍ବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ । ରାସ୍ତା ପାଇଁ ରାସ୍ତାରୋକ ଲୋକେ ସ୍ଥାନୀୟ ଲୋକ 

47

କନକ ବ୍ୟୁରୋ: ରାସ୍ତା ପାଇଁ ରାସ୍ତାରୋକ । ମୁଖ୍ୟରାସ୍ତାର ଶୋଚନୀୟ ଅବସ୍ଥାକୁ ବିରୋଧ କରି ଆନ୍ଦୋଳନରେ ସ୍ଥାନୀୟ ବାସିନ୍ଦା । ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଦେଇ ଯାଇଥିବା ୩୯ ନମ୍ବର ରାଜ୍ୟ ରାଜପଥର ଶୋଚନୀୟ ଅବସ୍ଥା । ଉମରକୋଟର ଧୋଡ୍ରା ଠାରୁ ଉମରକୋଟ କୋର୍ଟ ଓ ରାଇଘର ରୋଡ ଯାଏ ରାସ୍ତାର ଅନେକ ଯାଗାରେ ଗର୍ତ୍ତ ସୃଷ୍ଟି ହୋଇଛି । ଏହି କାରଣରୁ ଜନସାଧାରଣଙ୍କ ଯାତାୟାତରେ ବହୁ ଅସୁବିଧା ସୃଷ୍ଟି ହେଉଛି  । ରାସ୍ତାରେ ଚାଲିବା ସହ ଯାନବାହାନ ଚଳେଇବାରେ ଅସୁବିଧା ସୃଷ୍ଟି ହେଉଛି  । ଏଥିସହ ରାସ୍ତା କଡ଼ରେ ରହିଥିବା ସମସ୍ତ ଦୋକାନ ଗୁଡ଼ିକରେ ଧୂଳିର ଅସ୍ତରଣ ଦେଖିବାକୁ ମିଳିଛି । ଫଳରେ ବ୍ୟବସାୟୀଙ୍କ ବ୍ୟବସାୟରେ ବାଧା ସୃଷ୍ଟି ହେଉଛି  ।

ସାରାରାସ୍ତା ଖାଲଖମାରେ ଭର୍ତ୍ତି ହୋଇଥିବା ବେଳେ ସହର ସାରା ଧୂଳିମୟ ହେଉଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉନାହିଁ । ମରାମତି ନାଁରେ ରାସ୍ତାରେ ପୂର୍ତ୍ତ ବିଭାଗ ପକ୍ଷରୁ କେବଳ ସିମେଣ୍ଟ ଡଷ୍ଟ ପକାଇ ଦେଉଥିବାରୁ ଧୂଳି ଉଡ଼ି ଲୋକଙ୍କ ଦେହ ଖରାପ ହେଉଛି । ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେଯାଏଁ  ରାସ୍ତାରୁ ହଟିବୁ ନାହିଁ ବୋଲି କହିଛନ୍ତି ଆନ୍ଦୋଳନକାରୀ ।