ଟ୍ୱିଟରର ପୁରୁଣା କର୍ମଚାରୀଙ୍କୁ ନେଇ ମସ୍କଙ୍କ ବୟାନ, ପରାଗଙ୍କ ପାଇଁ ବଢିଲା ଅଡୁଆ

178

କନକ ବ୍ୟୁରୋ : ଟ୍ୱିଟରର ନୂଆ ମାଲିକ ଏଲନ ମସ୍କଙ୍କ ଏକ ବୟାନ ଏବେ କମ୍ପାନୀରେ କାମ କରୁଥିବା ପୁରୁଣା କର୍ମଚାରୀଙ୍କ ପାଇଁ ଅଡୁଆ ବଢାଇଛି । ନ୍ୟୁଜ ଏଜେନ୍ସି ରୟଟର୍ସ ମୁତାବକ ଏଲନ ମସ୍କ ଟ୍ୱିଟରର ଚେୟାରମ୍ୟାନ ବ୍ରେଟ ଟେଲରଙ୍କୁ କହିଛନ୍ତି କି କମ୍ପାନୀର ମ୍ୟାନେଜମେଣ୍ଟ ଉପରେ ତାଙ୍କର ବିଲକୁଲ ଭରଶା ନାହିଁ ।

କହିରଖୁ କି ପୂର୍ବ ବର୍ଷ ନଭେମ୍ବର ମାସରେ ଜେକ୍ ଡୋର୍ସିଙ୍କ ସ୍ଥାନରେ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲଙ୍କୁ ଟ୍ୱିଟରର ସିଇଓ ଭାବେ ନିଯୁକ୍ତ କରାଯାଇଥିଲା । ସେପଟେ ଚୁକ୍ତି ମୁତାବକ ପରାଗଙ୍କୁ ଯଦି କମ୍ପାନୀ ନିଯୁକ୍ତି ଦେବାର ୧୨ମାସ ପୂର୍ବରୁ ହଟାଇ ଦିଅନ୍ତି ତେବେ କମ୍ପାନୀ ପକ୍ଷରୁ ପରାଗଙ୍କୁ ଭାରତୀୟ ମୁଦ୍ରାରେ ୨୯୬ କୋଟି ଟଙ୍କା ଦେବାକୁ ପଡିବ । ସେପଟେ କମ୍ପାନୀର ସମ୍ପୂର୍ଣ୍ଣ ପକ୍ରିୟା ଶେଷ ହେବା ଯାଏ ପରାଗ କମ୍ପାନୀର ସିଇଓ ଭାବେ କାର୍ଯ୍ୟ କରିବେ । ସେପଟେ ପୁଣିଥରେ ଜେକ୍ ଡୋର୍ସିଙ୍କୁ ପୁଣିଥରେ ଟ୍ୱିଟରର ସିଇଓ କରାଯିବା ନେଇ ଚର୍ଚ୍ଚା ହେଉଛି ।

ସେପଟେ ମସ୍କଙ୍କୁ ଟ୍ୱିଟର କମ୍ପାନୀ କିଣିବାକୁ ଅର୍ଥ ସହାୟତା ଯୋଗାଉଥିବା ବ୍ୟାଙ୍କ ଟ୍ୱିଟର ପରିବର୍ତ୍ତନ ନେଇ ଚର୍ଚ୍ଚା କରୁଛନ୍ତି । କୁହାଯାଉଛି କି ଟ୍ୱିଟର ବି ୟୁଟ୍ୟୁବ ଓ ଫେସବୁକ୍ ଭଳି ଭାଇରାଲ ଟ୍ୱିଟ ଉପରେ ଅର୍ଥ ଦେବ । ଏହାସହ ଯେଉଁ ୱେବ୍ ସାଇଟ ଟ୍ୱିଟକୁ ଏମ୍ବାଡ କରିବେ ସେମାନେ ତାହା ବାବଦରେ କମ୍ପାନୀକୁ ଟଙ୍କା ଦେବେ ।