କରଞ୍ଜିଆରେ ଅଭାବନୀୟ ଘଟଣା : ହାତୀକୁ ଗୋଡାଉବା ପରେ ପାଲଟା ଆକ୍ରମଣ ପାଇଁ ଗୋଡାଇଲା ଦନ୍ତା, କଲଭର୍ଟ ତଳେ ଲୁଚି ଜୀବନ ବଞ୍ଚାଇଲେ ଯୁବକ

622

କନକ ବ୍ୟୁରୋ : ହାତୀ-ମଣିଷ ଲଢ଼େଇରେ ଅଳ୍ପକେ ବର୍ତ୍ତିଲା ମଣିଷ । ଜନବସତି ଆଡକୁ ମାଡ଼ି ଆସିଥିବା ଜଙ୍ଗଲି ହାତୀକୁ ଘଉଡାଇବାକୁ ଉଦ୍ୟମ କରୁଥିବା ବେଳେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା  । କେନ୍ଦୁଝର ଜିଲ୍ଲା କରଜିଂଆ ରେଂଜ ଘରମାବେଡା ଜଙ୍ଗଲରୁ ଆସିଥିବା ଏହି ଭିଡିଓକୁ ନେଇ ଏବେ ଚର୍ଚ୍ଚା ହେଉଛି ।

ମୋବାଇଲ କ୍ୟାମେରାରେ କଏଦ ହୋଇଥିବା ଚିତ୍ର ଦେଖିଲେ, ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ । ମଣିଷ ଦୌଡୁଛି, ପଛରେ ପଛରେ ହାତୀ ଗୋଡାଉଛି । କୌଣସି ମୂହୁର୍ତ୍ତରେ ବି ଘଟି ଯାଇପାରେ ଏକ ବଡ଼ଧରଣର ଅଘଟଣ । ଜନବସତି ଆଡକୁ ମାଡ଼ି ଆସିଥିବା ଜଙ୍ଗଲି ହାତୀକୁ ଘଉଡାଇବାକୁ ଉଦ୍ୟମ କରୁଥିବା ବେଳେ ସାମ୍ନାକୁ ଆସିଛି ଏଡି ମଣିଷ-ହାତୀ ପ୍ରତିଯୋଗିତା ।

କେନ୍ଦୁଝର ଜିଲ୍ଲା କରଜିଂଆ ରେଂଜ ଘରମାବେଡା ଜଙ୍ଗଲରେ ଦେଖିବାକୁ ମିଳିଛି ଏହି ହାତୀ-ମଣିଷ ସଂଘର୍ଷର ଚିତ୍ର । ଏକ ଦନ୍ତା ହାତୀକୁ ଲୋକେ ଘଉଡାଇବାକୁ ଉଦ୍ୟମ କରୁଥିବା ବେଳେ ହାତୀଟି ଜଣେ ଯୁବକକୁ ଗୋଡ଼ାଇ ଆରମ୍ଭ କରିଦେଇଥିଲା । ଆଉ ପ୍ରାଣ ବିକଳରେ ଯୁବକ ଜଣକ ଦୌଡୁଥିଲେ ।ଶେଷରେ କୋଲଭର୍ଟ ତଳେ ଲୁଚିଯିବା ଫଳରେ ହାତୀ ମୁହଁରୁ ଅଳ୍ପକେ ବର୍ତ୍ତି ଯାଉଛନ୍ତି  ।