ଥମୁନି ହାତୀ ଆତଙ୍କ : ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ୩ଜଣଙ୍କର ମୃତ୍ୟୁ

93

କନକ ବ୍ୟୁରୋ : ଥମୁନି ହାତୀ ଆତଙ୍କ । ମୟୁରଭଞ୍ଜ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ୩ଜଣଙ୍କର ମୃତ୍ୟୁ ହୋଇଛିି । ରାଶଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ସମାଇଡ଼ିହି ଗାଁରେ ହାତି ପଶି ଅତଙ୍କ ମଚାଇଛି । ବ୍ୟାପକ କ୍ଷୟକ୍ଷତି କରିବା ସହ ନୀରିହ ନାବାଳିକାକୁ ନିର୍ମମ ଭାବେ କଚାଡ଼ି ମାରିଛି ।

ସେହିପରି ବେତନଟି ରେଞ୍ଜ ତାଡ଼ିକି ଗାଁର ଜଣେ ବୃଦ୍ଧ ଘରେ ଶୋଇଥିବା ବେଳେ ଘର ଉପରେ ହାତୀ ଆକ୍ରମଣ କରିବାରୁ କାନ୍ଥ ପଡ଼ି ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ସେହିପରି ବାଙ୍ଗିରିପୋଷି ରେଞ୍ଜ ରୋଜାଲୋକା ବିଟ୍ ଅନ୍ତର୍ଗତ ଶିର୍ଶା ଗାଁର ଭବାନୀ ଶଙ୍କର ମହାନ୍ତଙ୍କ ଘର ଉପରେ ଅକ୍ରମଣ କରିବା ଦ୍ୱାରା ଘର କାନ୍ଥ ପଡ଼ି ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି ।