ରାଜ୍ୟରେ ଦିନକରେ ୧୫୫ ନୂଆ ଅକ୍ରାନ୍ତ । କେବଳ ଖୋର୍ଦ୍ଧାରୁ ୬୯ ପଜିଟିଭ ଚିହ୍ନଟ

95

କନକ ବ୍ୟୁରୋ : ରାଜ୍ୟରେ ଦିନକୁଦିନ ଦୈନିକ ସଂକ୍ରମଣ ବଢିବାରେ ଲାଗିଛି । ୨୪ଘଣ୍ଟାରେ ୧୫୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ବର୍ଗରେ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୬୯, କଟକରୁ ୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ବାଲେଶ୍ୱର ୮, ବରଗଡ ୩, ଭଦ୍ରକ ୪, ଢେଙ୍କାନାଳ ଜଣେ, ଜଗତସିଂହପୁର ୪, ଝାରସୁଗୁଡା ଜଣେ, କେନ୍ଦ୍ରାପଡା, ମାଲକାନଗିରି, ମୟୂରଭଞ୍ଜରୁ ଜଣେ ଲେଖାଏଁ, ନୟାଗଡ ୨, ପୁରୀ ୯, ରାୟଗଡା ଜଣେ ସମ୍ବଲପୁର ୩, ସୋନପୁର ୨, ସୁନ୍ଦରଗଡ ୧୨ ଓ ଷ୍ଟେଟପୋଲରୁ ୧୭ ଜଣ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୨୯ରେ ପହଞ୍ଚିଲା ।