ଓଡ଼ିଶା ମନ୍ତ୍ରୀ ବନାମ ଛତିଶଗଡ଼ ମନ୍ତ୍ରୀ । ରାୟଗଡ଼ାରେ ଜୋରଦାର ନିର୍ବାଚନ ପ୍ରଚାର

105

କନକ ବ୍ୟୁରୋ: ଆନ୍ଧ୍ରକୁ ଜବାବ ଦେବା ପାଇଁ କୋଟିଆ ନିର୍ବାଚନ ପ୍ରସଙ୍ଗରେ ପ୍ରଥମ ଥର ପାଇଁ ଏକାଠି ହୋଇଛନ୍ତି ସର୍ବଦଳୀୟ ନେତା । ଅନ୍ୟପଟେ ସାରାଦିନ ନେତାଙ୍କ ସହ ସ୍ଥାନୀୟ ଅଧିବାସୀ ମଧ୍ୟ ପ୍ରଚାରରେ ସାମିଲ ହେଉଛନ୍ତି । ଦିନରେ ପ୍ରଚାର କରୁଥିବା ବେଳେ କ୍ଲାନ୍ତି ମେଣ୍ଟାଇବା ପାଇଁ ରାତିରେ ନାଚଗୀତ ଆସର ଜମୁଛି  । ନିର୍ବାଚନୀ ପ୍ରଚାର ଗୀତରେ ତାଳ ଦେଇ ଲୋକେ ନାଚୁଥିବାର ଚିତ୍ର ସାମ୍ନାକୁ ଆସିଛି । ସର୍ବଦଳୀୟ ନେତା ବାଛିଥିବା ପ୍ରାର୍ଥୀ ମମତା ଜାନୀଙ୍କ ସପକ୍ଷରେ ପ୍ରସ୍ତୁତ କରାଯାଇଛି ଭୋଟ୍ ଗୀତ । ଏଥିରେ ତାଳ ଦେଇ ନାଚୁଛନ୍ତି ସ୍ଥାନୀୟ ଲୋକେ ।

ପ୍ରଚାର ଲଢେଇରେ ଓଡ଼ିଶା ମନ୍ତ୍ରୀ ବନାମ ଛତିଶଗଡ଼ ମନ୍ତ୍ରୀ । ଏଦୃଶ୍ୟ ଆସିଛି ରାୟଗଡ଼ା ଜିଲ୍ଲା ମୁନିଗଡ଼ାରୁ  । ମୁନିଗୁଡ଼ାରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରାକା ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି  । ସେପଟେ କଂଗ୍ରେସ ଷ୍ଟାର ପ୍ରଚାରକ ରୂପେ ପଡୋଶୀ ରାଜ୍ୟ ଛତିଶଗଡ଼ର ଶିଳ୍ପ ଓ ଅବକାରୀ ମନ୍ତ୍ରୀ କୱାସି ଲଖମାଙ୍କୁ ନେଇ ରୋଡ ସୋ ଓ ସାଧାରଣ ସଭା କରିଛି । ବିଜେପି ମଧ୍ୟ ଜୋରସୋରରେ ପ୍ରଚାର ଜାରି ରଖିଛି  ।