ମମିତା ମେହେର ହତ୍ୟା ମାମଲାରେ ଦୁଇ ହଜାର ପୃଷ୍ଠାର ଚାର୍ଜସିଟ୍ । ଲାପଟପ, ପେନ୍ ଡ୍ରାଇଭ୍ ଓ ମନ୍ତ୍ରୀଙ୍କ ଲିଙ୍କ୍ ସମ୍ପର୍କରେ ନିରବ ରହିଲେ ଡିଆଇଜି 

127

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାରେ ଚାର୍ଜଶିଟ୍ ଦାଖଲ ହୋଇଛି । ୨ ହଜାର ପୃଷ୍ଠାରେ ଏହି ଚାର୍ଜଶିଟ୍ ଦାଖଲ ହୋଇଥିବା ଡିଆଇଜି ଦୀପକ କୁମାର କହିଛନ୍ତି । ଦୁଇ ଜଣ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାଙ୍କ ଡ୍ରାଇଭର ରାଧେ ବିରୋଧରେ ଚାର୍ଜଶିଟ୍ ଦାଖଲ ହୋଇଛି । ଏହି ଦୁଇ ଜଣଙ୍କ ବିରୋଧରେ ଦଫା ୩୦୨, ୨୦୧, ୧୨୦ବି ଭଳି ଦଫା ଲାଗିଛି । ଏହି ଚାର୍ଜଶିଟ୍ ସାଇଣ୍ଟିଫିକ ଏବଂ ଫରେନସିକ୍ ଟିମର ରିପୋର୍ଟ ଆଧାରରେ ଲାଗିଛି ବୋଲି ଡିଆଇଜି କହିଛନ୍ତି । ସେ ତଦନ୍ତକୁ ନେଇ ସନ୍ତୁଷ୍ଟ ଥିବା କହିଛନ୍ତି । ତେବେ ଏହି ପ୍ରସଙ୍ଗରେ ବିବାଦୀୟ ହୋଇଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଲିଙ୍କ୍, ପେନ ଡ୍ରାଇଭ, ଲାପଟପ ସଂପର୍କରେ ନିରବ ରହିଥିଲେ ଡିଆଇଜି ।