ଅନଲାଇନ୍ ସିଙ୍ଗଡା ମଗାଇବା ଡାକ୍ତରଙ୍କୁ ମହଙ୍ଗା ପଡିଲା । ଆକାଉଣ୍ଟରୁ ଗାଏବ ୧ ଲକ୍ଷ ୪୦ ହଜାର

295

କନକ ବ୍ୟୁରୋ: ଅନଲାଇନ୍ ସିଙ୍ଗଡା ମଗାଇବା ଡାକ୍ତରଙ୍କୁ ମହଙ୍ଗା ପଡିଲା । ସିଙ୍ଗଡା ଆସି ପହଞ୍ଚିବାବେଳକୁ ଆକାଉଣ୍ଟରୁ ଗାଏବ ୧ଲକ୍ଷ ୪୦ ହଜାର ଟଙ୍କା । ଏଭଳି ଘଟଣା ଘଟିଛି ମୁମ୍ବାଇ ସାୟନର ଜଣେ ଡାକ୍ତରଙ୍କ ସହ । ପେମେଣ୍ଟ ନାଁ ସାଇବର ଠକ ଉଡାଇନେଲେ ଲକ୍ଷାଧିକ ଟଙ୍କା ।

୨୫ ପ୍ଲେଟ୍ ସିଙ୍ଗଡା ମଗାଇବା ଚକ୍କରରେ ୧ଲକ୍ଷ ୪୦ ହଜାର ଟଙ୍କା ହରାଇଲେ ଡାକ୍ତର । କେଇଏମ ହସ୍ପିଟାଲରେ କାର୍ଯ୍ୟରତ ୨୭ ବର୍ଷିୟ ଡାକ୍ତର ଏନେଇ ଥାନାରେ ମାମଲା ରୁଜୁ କରିଛନ୍ତି । ଡାକ୍ତରଙ୍କ କହିବା ମୁତାବକ, ସେ ଶନିିବାର ଅନଲାଇନ୍ ସିଙ୍ଗଡା ଅର୍ଡର କରିଥିଲେ । ଏଥିପାଇଁ ତାଙ୍କୁ ଫୋନରେ ୧୫୦୦ ଟଙ୍କା ପେମେଣ୍ଟ କରିବାକୁ କୁହାଯାଇଥିଲା । ସେ ୧୫୦୦ ଶହ ଟଙ୍କା ପେମେଣ୍ଟ କରିଥିଲେ । ଏହାପରେ ପୁଣି ଉକ୍ତ ରେଷ୍ଟୁରାଣ୍ଟରୁ କଲ ଆସିଥିଲା । ସେମାନେ ପେମେଣ୍ଟ ପାଇନାହାଁନ୍ତି ତେଣୁ ଅନ୍ୟ ଏକ ଫାନରୁ ପେମେଣ୍ଟ ରିକ୍ୱେଷ୍ଟ ଅନୁସାରେ ଟଙ୍କା ପଠାଇବାକୁ କହିଲେ । ରେଷ୍ଟୁରାଣ୍ଟ କର୍ମଚାରୀଙ୍କ କହିବା ଅନୁସାରେ ପେମେଣ୍ଟ ରିକ୍ୱେଷ୍ଟ ଆସଇଥିବା ଫୋନ୍୍ ନମ୍ବରରେ ପେମେଣ୍ଟ କଲେ ହେଲେ ୧୫୦୦ ବଦଳରେ ଡାକ୍ତରଙ୍କ ଆକାଉଣ୍ଟରୁ ଏକାଥରକେ ୨୮ ହଜାର ଟଙ୍କା କଟିଗଲା । ଏହିପରି ଲଗାତାର ତାଙ୍କ ପାଖକୁ ୩ ଟି ମେସେଜ୍ ଆସିଥିଲା । ଦେଖିବାବେଳେକୁ ଆକଉଣ୍ଟରୁ ମୋଟ ୧ଲକ୍ଷ ୪୦ ହଜାର ଟଙ୍କା କଟିଯାଇଥିଲା । ଏହାପରେ ଡାକ୍ତର ପୁଲିସର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି ।